ଅଳିଆ ଆବର୍ଜନା ରେ ଟିପିସର ନାଳ : କୁତ୍ରିମ ବନ୍ୟା ଆଶଙ୍କା, ଆତଙ୍କିତ ଅବସ୍ଥାରେ ଅଞ୍ଚଳ ବାସୀ…!

add-all


ବ୍ରହ୍ମପୁର: ଆସିକା ସହର ର ଏକ ମାତ୍ର ଟିପିସର ନାଳ ଦେଇ ବର୍ଷା ଜଳ ନିଷ୍କାସନ ହୁଏ। ଲଗାଣ ବର୍ଷା ଯୋଗୁଁ ଆସିକା ଋଷିକୂଲ୍ୟା ନଦୀ ଗତ ଗୁରୁବାର ଦିନ ବିପଦ ସଙ୍କୁଳ ଅତିକ୍ରମ କରିଥିଲା।ଯାହା ଫଳରେ ଆସିକା ବାସୀଙ୍କ ହାର୍ଟବିଟ ବଢ଼ି ଯାଇଥିଲା। ଅଧିକାଂଶ କରି କଳିଙ୍ଗା ରୋଡ଼, ଲକ୍ଷ୍ମୀ ବଜାର ଓ ବିନାୟକ ବଜାର ଅଞ୍ଚଳ ବାସୀଙ୍କ। ଆସିକା ସହରରେ ପୂର୍ବରୁ ଜଳ ନିଷ୍କାସନ ପଥ ଅବରୋଧ କରି ବଡ଼ ବଡ଼ ଅଟାଳିକା ନିର୍ମାଣ କରାଯାଇଛି।ପ୍ରତି ବର୍ଷ ବର୍ଷା ଦିନେ ଟିପିସର ନାଳରେ ଜଳ ନିଷ୍କାସନ ନହୋଇ କୁତ୍ରିମ ବନ୍ୟା ଭଳି ପରିସ୍ଥିତି ଉପୁଜୁଥିଲା। ଏହାକୁ ସରକାର ଦୃଷ୍ଟି ଦେଇ ପୂର୍ବ ଅପେକ୍ଷା ଉଚ୍ଚତା କରି ଏକ ସେତୁ ନିର୍ମାଣ କରିଛନ୍ତି।କିଛି ପରିବା ବ୍ୟବସାୟୀ ନଷ୍ଟ ପରିବା ଉକ୍ତ ଟିପିସର ନାଳରେ ନିୟମିତ ପକାଉ ଥିବା ଯୋଗୁଁ ଉକ୍ତ ଟିପିସର ନାଳରେ ବର୍ଷା ଜଳ ନିଷ୍କାସନ ହେଉନାହିଁ। ଯାହା ଫଳରେ କେବଳ ଗୋଟିଏ ରାସ୍ତା ଦେଇ ବର୍ଷା ଜଳ ସ୍ୱଳ୍ପ ପରିମାଣରେ ନିଷ୍କାସନ ହେଉଛି। ଏପଟେ ଲଗାଣ ବର୍ଷା ସାଙ୍ଗକୁ ଘନଘନ ଲଘୁଚାପ ଲୋକଙ୍କ ନିଦ ହଜେଇ ଦେଉଛି। ଯୁଦ୍ଧ କାଳୀନ ଭିତ୍ତରେ ଟିପିସର ନାଳ ସଫା କରିବାକୁ ସଚେତନ ମହଲରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.