
ବାବୁ ମାନଙ୍କ ସହଯୋଗ ରେ ବଡ଼ ବଡ଼ ଜୁଆ ଆଡ୍ଡା ଚାଲୁଛି…..!
ବ୍ରହ୍ମପୁର: ରାତି ପାହିଲେ କୁମାର ପୂର୍ଣ୍ଣିମା ପରମ୍ପରା ର ଆଳ କରି ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ଖୁଲାମ ଖୁଲା ଜୁଆ ଆଡ୍ଡାରେ ଜୁଆ ଖେଳ ଚାଲିଛି। ସହରାଞ୍ଚଳ ରେ ଦାମୀ ଘରେ ଦାମୀ ଜୁଆ ଖେଳ ଚାଲୁଥିବା ବେଳେ ଗାଁ ମଣ୍ଡପ ରେ ଜୁଆ ଖେଳ ଦିନ ରାତି ଚାଲିଛି। କିଛି ପୋଲିସ ବାବୁ ମାନଙ୍କ ସହଯୋଗ ରେ ଏହି ସବୁ ଜୁଆ ଆଡ୍ଡା ଚାଲୁଥିବା ନେଇ ଚର୍ଚ୍ଚାର ବିଷୟ ହୋଇଛି। ଗଞ୍ଜାମ ଜିଲ୍ଲାକୁ ବାହାର ରାଜ୍ୟ ଓ ଜିଲ୍ଲା ବାହାର ର ଜୁଆଡ଼ି ମାନେ ଆସି ଜୁଆ ଖେଳୁଥିବା ଜଣାପଡିଛି। ସହର ର ଆପାର୍ଟମେଣ୍ଟ, ରେଷ୍ଟୁରାଣ୍ଟ, ହୋଟେଲ ରେ ଧରାପଗଡ଼ ନହେବାର ଗ୍ୟାରେଣ୍ଟି ଦେଇ ଜୁଆ ଆଡ୍ଡା ଚାଲୁଥିବା ଆଲୋଚନା ହେଉଛି। ଗାଁ କୋଠ ଓ ଯୁବକ ସଂଙ୍ଘ ନାଁ ରେ ଜୁଆ ଆଡ୍ଡା ଚାଲୁଛି। ଏହି ସବୁ ଜୁଆ ଆଡ୍ଡାରେ କମିଶନ ବା(କମିନା) ହଜାର ହଜାର ଟଙ୍କାର ପ୍ରତି ରାଉଣ୍ଡ ରେ କଢ଼ା ଯାଏ। ଏହି କମିଶନରୁ ପୋଲିସ, ମାଫିଆ, ନେତାଙ୍କ ସମେତ କଲ୍ୟାଣ କାର୍ଯ୍ୟର ନାଁ ରେ ହଡପ କରାଯାଏ। ବିଭିନ୍ନ ଜୁଆ ଆଡ୍ଡାରେ ମଦ ମାଂସର ଆସର ସାଙ୍ଗକୁ ଉଚ୍ଚ କଳନ୍ତର ରେ ଟଙ୍କା ବି ଦିଆଯାଏ।ବାବୁ ମାନଙ୍କ ଘରେ ଦଶହରା ଠାରୁ ଦୀପାବଳି ପର୍ଯ୍ୟନ୍ତ ପୁଷ ମାସ କହିଲେ କିଛିବି ଭୁଲ ହେବ ନାହିଁ। ମାଛ ଖାଇବ ଇଲିସି ଚାକିରୀ କରିବ….ପୋଲିସ, କାରଣ ଜୁଆ ଖେଳ ଚାଲିଲେ ପୋଲିସ ର ଲାଭ ଏବଂ ଜୁଆ ଖେଳ ଚଢ଼ାଉ କଲେ ବି ପୋଲିସ ର ଲାଭ ବୋଲି କଥାରେ ରହିଛି l ମୁଖ୍ୟତଃ ବ୍ରହ୍ମପୁର, ପାତ୍ରପୁର, ଚିକିଟି ପୁରୁଷୋତ୍ତମପୁର, ଖଲ୍ଲିକୋଟ, ଭଞ୍ଜନଗର, ଦିଗପହଣ୍ଡି ଅଞ୍ଚଳ ରେ ବଡ଼ ଧାରଣ ର ଜୁଆ ଅଡ୍ଡା ଚଳାଇଛନ୍ତି ମାଫିଆ ଗୋଷ୍ଟି ଯେଉଁଥିରେ ପୋଲିସ ର ଅଛି ଭାଗ ବୋଲି ହାଟରୁ ଆସି ଦାଣ୍ଡରେ ଗଡୁଛି l ପୋଲିସ ପାଖରେ ସବୁ ଖବର ରହିଛି କିନ୍ତୁ ସାଜିଛି ଧୂରୁ୍ତରାଷ୍ଟ୍ର ବୋଲି ଚର୍ଚ୍ଚା l ଡମୀ ଘରେ ବି ଚାଲିଛି ଜୁଆ ଖେଳ ପୋଲିସ ର ହାତ ମାରିବାକୁ ଭୟ l ଏହି ଜୁଆ ଖେଳ କାହା ପାଇଁ ପୁଷ ମାସ ତ କାହା ପାଇଁ ସର୍ବ ନାଶ l ସେ ଯାହାବି ହେଉ ପୋଲିସ ବାବୁ ମାନଙ୍କ ଆଦାୟ ପ୍ରବଳ ବୋଲି ଚର୍ଚ୍ଚା ହେଉଛି ପୋଲିସ କୁ କିଛି ବୁଦ୍ଧିଜୀବୀ ଖବର ଦେଲେ ବି ପୋଲିସ ନୀରବ l ଏହି ଜୁଆ ଖେଳ କୁ ନେଇ କେତେଯେ ଘର ଉଜୁଳିବ ଏବଂ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ମଧ୍ୟ ଏଡାଇଦେଇ ହେବ ନାହିଁ ବୋଲି ଚର୍ଚ୍ଚା l