୧୯୮୩ ମସିହା ଆସିକା ହରିହର ହାଇସ୍କୁଲ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ…

youtube

ଶିକ୍ଷକ ଙ୍କୁ ମନେ ପକାଇ ଶିକ୍ଷା ଓ ଛାଟ ମାଡ଼ର ମହତ୍ୱ କୁ ବୁଝି ଭାବ ବିହୁଳ ହେଲେ ଛାତ୍ର..


ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ବରୀ ପୀଠ ଠାରେ ୧୯୮୩ ମସିହା ହରିହର ହାଇସ୍କୁଲ ପୁରାତନ ଛାତ୍ର ମାନଙ୍କର ବନ୍ଧୁ ମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪୨ ବର୍ଷ ପରେ ପୁରାତନ ଛାତ୍ର ଇ. ଦେବେନ୍ଦ୍ର କୁମାର ପାତ୍ର (ଲାଲୁ)ଙ୍କ ଆହ୍ୱାନ କ୍ରମେ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା।ଛାତ୍ର ମାନେ ଦୀପ ପ୍ରଜ୍ବଳନ କରିଥିଲେ। ଏହାପରେ ଆହେ ଦୟା ମୟ ବିଶ୍ୱ ବିହାରୀ… ଓ ଜାତୀୟ ସଂଗୀତ ସମବେତ କଣ୍ଠରେ ଗାନ କରିଥିଲେ। ସ୍କୁଲର ସ୍ବର୍ଗତ ଛାତ୍ର ତଥା ଶିକ୍ଷକ ମାନଙ୍କ ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ ଦୁଇ ମିନଟର ଏକ ନିରବ ପ୍ରାର୍ଥନା କରାଯାଇଥିଲା। ଶ୍ରୀ ଗଣେଶ ଚନ୍ଦ୍ର ରଥ, ଯୁଧିଷ୍ଠିର ଦୋରା, ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ବିଜୟ କୁମାର ପଟ୍ଟନାୟକ, କୈଳାଶ ପ୍ରଧାନ,ଲକ୍ଷ୍ମୀ ନାରାୟଣ ମିଶ୍ର, ଦଣ୍ଡପାଣି ମିଶ୍ର, ବିଜୟ କୁମାର ପଟ୍ଟନାୟକ, ରଜନୀ କାନ୍ତ ପାଣିଗ୍ରାହୀ, ଶିକ୍ଷକ ମାନଙ୍କୁ ଉପଢୌକନ ସହ ପୁଷଗୁଚ୍ଛ ପ୍ରଦାନ ସହ ଗୁରୁ ପୂଜନ କରାଯାଇଥିଲା। ଶିକ୍ଷକ ମାନେ ଗୁରୁ ଛାତ୍ର ମିଳନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପ୍ରାଚୀନ ଶିକ୍ଷା ଓ ଛାଟ ମାଡ଼ର ମହତ୍ୱ କିଭଳି ଶିଶୁର ବିକାଶରେ ସାହାଯ୍ୟ କରୁଥିଲା। ତାହାକୁ ନେଇ ଏକ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବହୁ ଛାତ୍ର କିଶୋର ସମୟରେ କଥା ମନେ ପକେଇ ପ୍ରାଚୀନ ଶିକ୍ଷା ଓ ଛାଟ ମାଡ଼ର ମହତ୍ୱ କି ଭଳି ଶିଶୁର ବିକାଶ ରେ ସାହାଯ୍ୟ କରୁଥିଲା।ଛାତ୍ର ଭୁଲ ଉତ୍ତର କହି ଛାଟ ମାଡ଼ ଖାଉଥିଲେ ଓ ଶିକ୍ଷକ ଙ୍କ ଠାରୁ ସଠିକ ଉତ୍ତର ଶୁଣି ମନେରଖୁ ଥିଲେ। ସଠିକ ଉତ୍ତର ଦେଉ ଥିବା ଛାତ୍ର ପ୍ରଶଂସିତ ହେଉଥିଲେ। ଏହି କାର୍ଯ୍ୟକ୍ରମ ର କୋର କମିଟି ଭାବେ କେ. ଦୀପକ କୁମାର ସେନାପତି, ସୁଶାନ୍ତ ପାତ୍ର, ଭି.ଭେଙ୍କେଟ ମୂର୍ତ୍ତି (କୋଦଣ୍ଡା),ସୁରେଶ ପାତ୍ର, ମନରଞ୍ଜନ ଚୌଧୁରୀ,ଶିବ ପ୍ରସାଦ ରାଓ, ଦାତ୍ତୁ ଅଚାରୀ, ପଞ୍ଚାନନ ଭଞ୍ଜ, ରବି ନାରାୟଣ ଗୁପ୍ତା ରହି ଏହି କାର୍ଯ୍ୟକ୍ରମ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦୀର୍ଘ ୪୨ ବର୍ଷ ପରେ ପୁରାତନ ଛାତ୍ର ମାନଙ୍କ ବନ୍ଧୁ ମିଳନ ସମୟରେ ବହୁ ଛାତ୍ର ଭାବବିହ୍ଵଳ ହୋଇ ପଡ଼ିଥିଲେ।

Leave A Reply

Your email address will not be published.