କାଲି ନୂଆପଡା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ମିନିଷ୍ଟାଡିଅମରେ ଆୟୋଜିତ ହେବ ସାଧାରଣ ସଭା

youtube

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ଉପରେ ବିଜେପିର ଫୋକସ୍ ।  ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୁର୍ବରୁ କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ ।  କାଲି ସକାଳ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ମିନି ଷ୍ଟାଡିୟମ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ ।

ନୂଆପଡା ଜିଲ୍ଲାବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟିଦେବାର କାର୍ଯ୍ୟକ୍ରମ ରହିଛି । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ହେବ ବୋଲି ଦାବିକରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସରକାରଙ୍କ ଦେଢ଼ ବର୍ଷର ସଫଳତା ନୂଆପଡା ଉପନିର୍ବାଚନରେ ବିଜେପି ବିଜୟର ଚାବିକାଠି ହେବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।

Leave A Reply

Your email address will not be published.