ଟଙ୍କା ଉଧାରକୁ ନେଇ ଭୁଜାଲି ମାଡ: ୩ ଗୁରୁତର

add-all

ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍  ଚାଉଁରିଆପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ୨ ହଜାର ଟଙ୍କା ଧାରକୁ ନେଇ ଭୁଜାଲି ମାଡ଼ ହୋଇଛି।  ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୂତାବକ ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୂରପେଟା ଗାଁର ହରି ପ୍ରଧାନ ଙ୍କ ପୁଅ ବିଷ୍ଣୁ ପ୍ରଧାନ (୨୨) ବାଗେଡିଆ ଥାନା ଅନ୍ତର୍ଗତ ଚାଉଁରିଆପାଳ ଗାଁର ବବ୍ଲୁ ନାମକ ଜଣେ ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ଧାର ଦେଇଥିଲେ।  ବିଷ୍ଣୁ ବାରମ୍ବାର ଟଙ୍କା ମାଗିଥିଲେ ହେଲେ ବବ୍ଲୁ ଧାର ଟଙ୍କା ଦେବାକୁ ତାଙ୍କ ଗାଁ ଚାଉଁରିଆପାଳ କୁ ଡାକିଥିଲା। ବିଷ୍ଣୁ ଜଣେ ଟ୍ରକ ଡ୍ରାଇଭର। ତେଣୁ ଏକ ବାଇକ୍ ରେ ବିଷ୍ଣୁ ତାଙ୍କ ସାଙ୍ଗ ପିନୁ ନାୟକ (୨୭) ଓ ଶୁକାନ୍ତ ମାଝୀ (୨୩) ଙ୍କୁ ନେଇ ଚାଉଁରିଆପାଳ ଗାଁକୁ ଯାଇଥିଲେ। ସେହି ସମୟରେ ବବ୍ଲୁ ତାଙ୍କ ସାଙ୍ଗମାନଙ୍କୁ ଧରି ଏକ ଭୁଜାଲି ରେ ତିନିଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ଏଠାରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏନେଇ ଥାନାରେ କୈଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

ad-week
Leave A Reply

Your email address will not be published.