ତାଜମହଲରେ ଲାଗିଲା ନିଆଁ

youtube

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଆଗ୍ରାରେ ଥିବା ବିଶ୍ବ ପ୍ରସିଦ୍ଧ ତାଜମହଲର ଦକ୍ଷିଣ ଦ୍ବାରରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍ କାରଣରୁ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏପରି ଘଟଣା ଗତକାଲି ସକାଳେ ଦେଖିବାକୁ ମିଳିଛି ।  ଘଟଣାସ୍ଥଳରେ ଥିବା କର୍ମଚାରୀମାନେ ତୁରନ୍ତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଅଧିକାରୀ ଏବଂ ଟୋରେଣ୍ଟ ପାୱାରକୁ ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ଟୋରେଣ୍ଟ ପାୱାରର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ସମସ୍ୟାର ସମାଧାନ କରିଥିଲେ ।

ସୂଚନାନୁଯାୟୀ, ତାଜମହଲର ଦକ୍ଷିଣ ଦ୍ବାରରେ ଥିବା ଚାମ୍ବରଗୁଡ଼ିକ ଉପରେ ଏକ ବିଦ୍ୟୁତ୍ ତାର ଚାଲିଯାଇଥିଲା । ହଠାତ୍ ସ୍ପାର୍କିଂ ହେବାରୁ ଧୂଆଁ ବ୍ୟାପିଥିଲା । ସୂଚନା ପାଇବା ମାତ୍ରେ ଟୋରେଣ୍ଟ ପାୱାରର ଏକ ଟିମ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ । ଟୋରେଣ୍ଟ ପାୱାର ମରାମତି ପାଇଁ ଦୁଇ ଘଣ୍ଟା ପାଇଁ ତାଜମହଲର ଦ୍ୱାରା ବନ୍ଦ କରିଦେଇଥିଲା । ଅଗ୍ନିକାଣ୍ଡ ତାଜମହଲର ସୁରକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିନଥିଲା । କାହାର କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ । ଏହା ବ୍ୟତୀତ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.