ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ବାସଭବନ ରେ ପୁରୁଣା ବନ୍ଧୁ ମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି….!

add-all


ବ୍ରହ୍ମପୁର: ସ୍ୱର୍ଗତ ଆଇନଜୀବୀ ପିତବାସ ପଣ୍ଡାଙ୍କ ବାସଭବନରେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ଅଜିତ ପଣ୍ଡା ଓ ଜ୍ୟୋତି ରଞ୍ଜନ ସାହୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଦେଲେ ସମବେଦନା।ପୀତବାସ ବାବୁ ଆମର ଜଣେ ପୁରୁଣା ବନ୍ଧୁ ହିସାବରେ ଦୀର୍ଘ ବର୍ଷ ହେଲା ରହିଥିଲେ। ପୀତବାସ ବାବୁ ହତ୍ୟା ଶୁଣି ଆମ୍ଭେ ମାନେ ହତବାକ ହେବା ସହ ବ୍ରହ୍ମପୁର ରେ ଏଭଳି ଜଣେ ଆଇନଜୀବୀ ଙ୍କୁ ହତ୍ୟା ପ୍ରଥମ ଘଟଣା ବୋଲି ବିଜେଡ଼ି ନେତା ମାନେ ପ୍ରକାଶ କରିଛନ୍ତି। ଅପରାଧୀ ଯିଏ ବି ହେଉ ଏହି ହତ୍ୟାକାରୀ କିଏ ଏବଂ ଏହି ହତ୍ୟା କାଣ୍ଡ ପଛରେ ଥିବା ଆସାମୀ କୁ ଅତି ଶୀଘ୍ର ଗିରଫ କରି ସେମାନଙ୍କୁ ଉଚ୍ଚିତ ଦଣ୍ଡର ଆବଶ୍ୟକ ରହିଛି ବୋଲି ବରିଷ୍ଠ ବିଜେଡି ନେତା ଚନ୍ଦ୍ରଶେଖର ସାହୁ କହିଛନ୍ତି ଏବଂ ଏହି ହତ୍ୟା କାଣ୍ଡ କୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି l

ad-week
Leave A Reply

Your email address will not be published.