ପୋଷଣ ମାସ ପାଳନ ଅବସରରେ ସଚେତନ କାର୍ଯ୍ୟକ୍ରମ

add-all

ବ୍ରହ୍ମପୁର : ପୋଷଣ ମାସ ପାଳନ ଅବସରରେ ରାମଲିଙ୍ଗେଶ୍ୱର ସେକ୍ଟର ଅନ୍ତର୍ଗତ ବାଲାଜୀପେଣ୍ଠ ସାହି ଠାରେ ସଚେତନ କାର୍ଯ୍ୟକ୍ରମକୁ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ : ୨ ଅଧିକାରୀ କଳ୍ପନା ପାଢ଼ୀ ଶୁଭ ଉଦଘାଟନ କରିଥିଲେ। ପରିଦର୍ଶିକା ଜି. ରାଜଲକ୍ଷ୍ମୀ, ବାଲାଜୀପେଣ୍ଠ ଅଙ୍ଗନବାଡି କର୍ମୀ ସୁମତି ସାହୁ, ଆଶା କର୍ମୀ ସୁଜାତା ସାହୁ, ଅଙ୍ଗନବାଡି ସହାୟିକା ସୋନମ୍ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସହଯୋଗ କରିଥିଲେ। ଏହି ଅବସରରେ ଲୋକ ନୃତ୍ୟ ଦାସକାଠିଆ ମାଧ୍ୟମରେ ଶେଖର ଏବଂ ସାଥୀ ପୋଷଣ, ସୁଭଦ୍ରା ଯୋଜନା ଆଦି ସରକାରଙ୍କ ବିଭିନ୍ନ ମାତୃ ଓ ଶିଶୁ ବିକାଶ ଯୋଜନା ସମ୍ପର୍କରେ ସଚେତନ କରେଇବା ପ୍ରୟାସ କରିଥିଲେ। ରାମଲିଙ୍ଗେଶ୍ଵର ସେକ୍ଟର ଅନ୍ତର୍ଗତ ନୂଆ ସାହି, ରାଉତପେଣ୍ଠ, ଗୋଲାସାହି, ପାତ୍ରପେଟା, ତ୍ରିବେଣୀ ନଗର, ମଥୁରା ନଗର ଆଦି ଅଙ୍ଗନବାଡି କେନ୍ଦ୍ର ଅଂଚଳର ମହିଳା ମା’ମାନଙ୍କ ସହ କର୍ମୀ ଓ ସହାୟିକାମାନେ ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.