
ଚିକିଟୀ : ଏହି ବ୍ଲକ କରବାଲୁଆ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକାଶିତ କରିବା, ସେମାନଙ୍କ ପ୍ରତିଭାକୁ ରାଜ୍ୟ ସ୍ତରରେ ପହଞ୍ଚାଇ ଉଚିତ ସମ୍ମାନଦେବା, ଆଗାମୀ ‘୨୦୩୬ ବିକଶିତ ଓଡ଼ିଶା – ମୋ ସ୍ୱପ୍ନର ଓଡିଶା’ ରେ ଛାତ୍ର ଛାତ୍ରୀଙ୍କ ଯୋଗଦାନ ସେମାନଙ୍କ ଉର୍ଜାକୁ ଉପଯୋଗ କରିବା ଲକ୍ଷ୍ୟରେ ଉଦ୍ଧିଷ୍ଟ ରହିଥିବା କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଣ୍ଡିରୀ ଠାରେ ସି ଆର ସି ସି ମିନତି କୁମାରୀ ପାଠୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଅଧିକାରୀ ପନ୍ନଗଭୂଷଣ ମାଝି, ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ସମ୍ବଳ ଶିକ୍ଷାଧିକାରୀ ତ୍ରିନାଥ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ନାୟକ ସେଠୀ, ଅଵସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ସମ୍ବଳ ଶିକ୍ଷାଧିକାରୀ ନିଗମାନନ୍ଦ ପଣ୍ଡା ଏବଂ ସିମାଞ୍ଚଳ ପଣ୍ଡା, ବରେଣ୍ୟ ଅତିଥି ଭାବେ ଅଵସରପ୍ରାପ୍ତ ଆଦର୍ଶ ଶିକ୍ଷକ ରମାକାନ୍ତ ବେହେରା, ପାଣ୍ଡିରୀ ବିଦ୍ୟାଳୟ ପରିଚାଳନା ସଭାପତି ଖଲି ବେହେରା ଏବଂ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାତ୍ର ମଞ୍ଚରେ ଉପସ୍ଥିତ ରହିଥିଲେ । କରବାଲୁଆ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ପ୍ରାୟ ଦୁଇଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପରମ ଉତ୍ସାହ ଆନନ୍ଦ ନେଇଥିବା ଦେଖିବାକୁ ମିଳିଥିଲା । ବିତର୍କ, ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶୃତ ଲିଖନ, ଲୋକନୃତ୍ୟ, ଚିତ୍ରକଳା ଓ ଶିଳ୍ପ କଳା , ମୌଳିକ ଭଷା ଓ ସଂଖ୍ୟା ଜ୍ଞାନ ସହିତ ଦିବ୍ୟାଙ୍ଗ ପିଲାଙ୍କ ନିମିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନରେ ରହିଥିବା ପିଲାମାନେ ଆଗାମୀ ବ୍ଲକସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଥିଲେ । କ୍ଲଷ୍ଟରସ୍ତରୀୟ କାର୍ଯ୍ୟକ୍ରମକୁ ବେଶ୍ ଶୃଙ୍ଖଳିତ କରିଥିବା ପାଣ୍ଡିରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ସୁଜାତା ଦେବୀ,ରାଜଲକ୍ଷ୍ମୀ ପାଢ଼ୀ, ରଶ୍ମିତା ସାହୁ, ଶିବରାମ ସାହୁ, ମନୋଜ ସାହୁ, ଜି ଆନନ୍ଦ ରାଓ ଏବଂ ସମସ୍ତ ଗାଇଡ଼ ଶିକ୍ଷକଙ୍କୁ ସି ଆର ସି ସି ମିନତି କୁମାରୀ ପାଠୀ ଶ୍ରେୟ ପ୍ରଦାନ କରିଛନ୍ତି ।