ରାୟଗଡ଼ା ଜିଲ୍ଲା ଗୁଡାରି ପୋଲିସ ପକ୍ଷରୁ ୯୦୦୦ ଗଂଜେଇ ଗଛ ନଷ୍ଟ…

youtube

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ କରଲାଗୁଡ଼ି, ନୂଆ ଗ୍ରାହୀବନ୍ଧ ଓ ଗୁମି ଅଞ୍ଚଳରେ ପ୍ରାୟ ଏକ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ୯୦୦୦ ଗଂଜେଇ ଗଛ ନଷ୍ଟ କରିଛି ସ୍ଥାନୀୟ ପୋଲିସ। ରାୟଗଡା ଏସପି ସ୍ଵାଥୀ ଏସ. କୁମାର ଙ୍କ ନିଁର୍ଧେଶ କ୍ରମେ ଗୁଣୁପୁର ଏସଡିପିଓ ବାବୁଲି ନାୟକଙ୍କ ଉପସ୍ଥିତିରେ ଗୁଡାରି ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଙ୍କ ନେତୃତ୍ୱରେ  ଏହି ଗଂଜେଇ ଗଛ ନଷ୍ଟ କରାଯାଇଛି। ଗୁଡାରି ପୋଲିସ, ସ୍ଥାନୀୟ ଅବକାରୀ ବିଭାଗ, ବନ ବିଭାଗ ଏବଂ   ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକିଂ ​​ଫୋର୍ସ  ମିଳିତ ଭାବେ ଏହି ଗଂଜେଇ ଗଛ ନଷ୍ଟ କରିଥିଲେ। ଏ ସଂକ୍ରାନ୍ତରେ ଗୁଡାରି ଥାନା ରେ ଥାନା କେଶ ନମ୍ବର ୧୧୦, ୧୧୧ ଓ ୧୧୨ ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଗୁଡାରି ତହସିଲଦାର ତଥା ମାଜିଷ୍ଟ୍ରେଟ ଏ. ସ୍ନେହଲତା ଉପସ୍ଥିତ ଥିଲେ। ଏହାଛଡା କଦମା ଗ୍ରାମପଞ୍ଚାୟତ ର ମଧୁକୁପୁଡ଼ା ଓ ସେକେରବାଜୁ ଗ୍ରାମରେ ଗଂଜେଇ ଚାଷ ନ କରିବା ପାଇଁ ଏକ ସଚେତନ କାର୍ଯ୍ୟକ୍ରମ କରିଥିଲେ। ଉପସ୍ଥିତ ଗ୍ରାମବାସୀଙ୍କୁ ଗଂଜେଇ ଚାଷ ନ କରି ବିଭିନ୍ନ ପ୍ରକାର ଅର୍ଥ କାରୀ ଫସଲ ଚାଷ କରିବା ପାଇଁ ଏସ୍ଡ଼ିପିଓ ବାବୁଲି ନାୟକ ପରାମର୍ଶ ଦେଇଥିଲେ। ଆବଶ୍ୟକ ସ୍ଥଳେ ସ୍ଥାନୀୟ ପ୍ରଶାସନର ସମସ୍ତ ସହଯୋଗ ନେଇପାରିବେ ବୋଲି କହିଥିଲେ।

Leave A Reply

Your email address will not be published.