ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରାସ୍ତାର ଅବସ୍ଥା ଶୋଚନୀୟ ଖାଲ ଖମା ରେ ପରିପୂର୍ଣ୍ଣ….

add-all

ବ୍ୟସ୍ତ ବହୁଳ ରାସ୍ତା କୁ ମରାମତି ପାଇଁ ପ୍ରଶାସନ ର ସମୟ ଅଭାବ….!

ବ୍ରହ୍ମପୁର: ଆସିକା ସହରର ଜନ ଗହଳି ପୂର୍ଣ୍ଣ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି। ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ଦେଇ ପ୍ରତି ଦିନ ସହ ସହ ଦୁଇ ଚକିଆ ଚାରି ଯାନବାହାନ ଯାତାୟାତ କରେ। ଏହି ରାସ୍ତାରେ ବିଭିନ୍ନ ସ୍ଥାନରେ ରାସ୍ତାର ଅବସ୍ଥା ନକହିଲେ ଭଲ। ପ୍ରତେକ ସ୍ଥାନରେ ଖାଲ ଖମା ହୋଇ ବର୍ଷା ଜଳ ସାଙ୍ଗକୁ ଡ୍ରେନର ପାଣି ରାସ୍ତା ଉପରେ ଜମି ରହିବା ଫଳରେ ମଶା ମାଛି ବଂଶ ବୃଦ୍ଧି ପାଇବାରେ ଲାଗିଛି। ଖାଲ ଖମା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ମୁଖ୍ୟମନ୍ତ୍ରୀ ଆସିକା ଗସ୍ତ ସମୟରେ ମରାମତି କରାଯାଇଥିଲା। ମରାମତି ବେଳେ ବର୍ଷା ହେଉଥିବା ଯୋଗୁଁ ବର୍ଷାରେ ମରାମତି ହୋଇଥିବା ରାସ୍ତା ଧୋଇ ହୋଇଗଲା। ରାସ୍ତାର ଅବସ୍ଥା ଶୋଚନୀୟ ସମ୍ପର୍କରେ ଅଭିଯୋଗ କଲେ ସ୍ୱଳ୍ପ ସମୟରେ ମରାମତି କରାଯିବାର ଆଶ୍ୱାସନା କେବଳ ଦିଆଯାଉଛି।ଆସିକା ସହରରେ ଦୁଇ ବର୍ଷ ପୂର୍ବେ କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ ହୋଇଥିଲା। ବିଭିନ୍ନ ୱାର୍ଡ଼ରେ ଫେବର ରୋଡ଼ କେଉଁଠି ଧସି ଗଲାଣିତ କେଉଁଠି ଭୁଶୁଡି ପଡ଼ିଲାଣି। କରୋନେସନ ପାର୍କ ସମ୍ମୁଖରେ ଥିବା ଗଳି ରେ ସନ୍ଧ୍ୟା ନଇଁଲେ ଗଞ୍ଜୁଡୁ ଓ ମଦୁଆ ମାନଙ୍କ ଆସର ଜମୁଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଦେଶର ଏକ ନମ୍ବର ମାନ୍ୟତା ଦେଇ ପୁରସ୍କୃତ କରାଯାଇଛି। ଏକ ନମ୍ବର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବେ ବହୁ ସମସ୍ୟା ଦେଇ ଗତି କରୁଛି। ନିର୍ବାଚିତ ପ୍ରତିନିଧି ମାନଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଆଜି ଏଭଳି ଅବସ୍ଥା ସହର ବାସୀ ହଟହଟା ହେଉଥିବା ଦେଖିବାକୁ ମିଳୁଛି।

ad-week
Leave A Reply

Your email address will not be published.