ଜିଲ୍ଳା ପରିଷଦ ଅଧ୍ୟକ୍ଷଙ୍କୁ ଗୋପବନ୍ଧୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ : ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ଦେବେ ଶିକ୍ଷାଦାନ …


ନୟାଗଡ଼:ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀ ରେ ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ ଦେବାପାଇଁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକଙ୍କୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।ଆସନ୍ତା ୨୨ ତାରିଖ ରେ ୨୦୨୨ ମସିହା ଓଏଏସ ପ୍ରଶିକ୍ଷାର୍ଥୀଙ୍କୁ ୨ଟି ପିରିୟଡ଼ ପାଠ ପଢ଼ାଇବା ପାଇଁ ଡେପୁଟି ଡାଇରେକ୍ଟରଙ୍କ ପକ୍ଷରୁ ଚିଠି କରାଯାଇଛି । ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଦୀର୍ଘଦିନର ଅଭିଜ୍ଞତା ଓ ଜ୍ଞାନ ରହିଥିବାରୁ ଗୋପବନ୍ଧୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ କରାଯାଇଛି।ପୂର୍ବରୁ ଗୋପବନ୍ଧୁ ଏକାଡେମୀରେ ଓଏଏସ ପ୍ରଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରିବାର ଅଭିଜ୍ଞତା ରହିଛି ।ନୟାଗଡ଼ ଜିଲ୍ଲାର ଜଣେ ବିଚକ୍ଷଣ ରାଜନେତା ଭାବେ ଜଣାଶୁଣା ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଲୋକପ୍ରିୟତା ମଧ୍ୟ ରହିଛି।

ad-week
Leave A Reply

Your email address will not be published.