ଆସିକା ସହର ର ମୁଖ୍ୟ ରାସ୍ତାରେ ଟ୍ରାଫିକ ଜାମ୍ : ପ୍ରଶାସନ ନିରବ ଦ୍ରଷ୍ଟା ସାଧାରଣ ଲୋକେ ହନ୍ତସନ୍ତ….!

youtube

ବ୍ରହ୍ମପୁର: ଆସିକା ସହର ର ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ମୁଖ୍ୟ ରାସ୍ତା। ଏହି ରାସ୍ତାରେ ଦିନ ତମାମ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ସାଧାରଣ ଜନତା। ଏପରିକି ସ୍କୁଲ, କଲେଜ, କୋର୍ଟ କଚେରୀ, ବ୍ୟାଙ୍କ ଓ ମୁଖ୍ୟ ଡାକଘର ଏହି ରାସ୍ତା ଦେଇ ସହ ସହ ଲୋକ ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନବାହାନ ବି ଯାତାୟାତ ହୁଏ। ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ଉଭୟ ପାର୍ଶ୍ଵରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଜବର ଦଖଲ ଯୋଗୁଁ ମାତ୍ରାଧିକ ଟ୍ରାଫିକ ସମସ୍ୟା ଲାଗିରହେ। ରାସ୍ତାର ଉଭୟ ପାର୍ଶ୍ଵରେ ଦୁଇ ଚକିଆ ଗାଡ଼ି ପାର୍କିଙ୍ଗ ହେବା ଯୋଗୁଁ ସାଧାରଣ ଲୋକଙ୍କୁ ଯାତାୟାତରେ ଅଧିକ ଅସୁବିଧା ହୁଏ। ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ପାଇଁ ପତ୍ର ବିନିୟମ ରେ ସୀମିତ ରହିଛି। କେତେବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରାଜସ୍ୱ ବିଭାଗକୁ ଜବର ଦଖଲ ଉଚ୍ଛେଦ ପାଇଁ ପତ୍ର ଲେଖି ଚୁପଚାପ ବସିରହିବା ଫଳରେ ଟ୍ରାଫିକ ଓ ଜବର ଦଖଲ ରେ ସୁଧାର ଆସୁନାହିଁ। କିଛି ବ୍ୟକ୍ତି ବିଶେଷ ଜବର ଦଖଲ ଉଚ୍ଛେଦ ବିରୋଧ ରେ କୋର୍ଟ ରେ ମାମଲା କରିଥିବାର ଆଳ କରି ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଉଛି। ଅଶୋକା ସିନେମାହଲ ଠାରୁ ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ଉଭୟ ପାର୍ଶ୍ଵରେ ଥିବା ଜବର ଦଖଲ ଉଚ୍ଛେଦ କରି ଦୁଇ ଥାକିଆ ରାସ୍ତା ନିର୍ମାଣ କରିଲେ ଟ୍ରାଫିକ ସମସ୍ୟା ରେ ସୁଧାର ଆସିବ ବୋଲି ସଚେତନ ମହଲ ରୁ ଦାବୀ ହେଉଛି।

Leave A Reply

Your email address will not be published.