ସରକାରୀ ବାବୁଙ୍କ ଦବଙ୍ଗଗିରି ଉପରେ ବଢୁଛି ଅସନ୍ତୋଷ…

youtube

ଭାରତମାଳା ପ୍ରକଳ୍ପ ଜମି ନେଇ ଦେବାଗାଁ ପଞ୍ଚାୟତରେ ମୁଣ୍ଡ ଟେକିଚ୍ଛି ବିବାଦ…

ଉମରକୋଟ,:ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଦେବାଗାଁ ପଞ୍ଚାୟତରେ ଭାରତମାଳା ରୋଡ଼ ନିର୍ମାଣ କାର୍ଯ୍ୟ ନେଇ ଗୋଟିଏ ଚାପା ଅସନ୍ତୋଷ ଚାଲିଛି। ଏହି ପ୍ରକଳ୍ପ ପାଇଁ ନିଜ ପଟ୍ଟା ଜମି ହରାଇଥିବା ଗ୍ରାମବାସୀ ସଚିନ ସରକାରଙ୍କ ଉପରେ ସରକାରୀ କର୍ମଚାରୀମାନଙ୍କ ଦବଙ୍ଗଗିରି ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସଚିନ ସରକାର, ପିତା ସ୍ବର୍ଗୀୟ ଅଙ୍କୁର ସରକାରଙ୍କ ପୁତ୍ର, ଦୀର୍ଘଦିନ ଧରି ସେଟେଲମେଣ୍ଟ ପଟ୍ଟା ଜମିରେ ଘର କରି ଚାଷ ବାସ କରି ଦୀର୍ଘ ଦିନ ହେଲା ରହି ଆସୁଥିଲେ। ତାଙ୍କ ମୋଟ ୩.୩୫ ଏକର ଜମି ମଧ୍ୟରୁ ୧୬ ସେଣ୍ଟ ଭାଗ ଭାରତମାଳା ରୋଡ଼ ପ୍ରକଳ୍ପ ପାଇଁ ଗଲାଣି। ସେହି ଜମି ପାଇଁ ସେ ଦୁଇଟି କିସ୍ତିରେ ୫୭,୯୧୦ ଟଙ୍କା, ଏବଂ ଅତିରିକ୍ତ ୫ ସେଣ୍ଟ ପାଇଁ ୨୧,୦୦୦ ଟଙ୍କା ପ୍ରାପ୍ତ କରିଥିଲେ।ହେଲେ ଏଠି ସଚିନ

ସରକାରଙ୍କ କହିବା କଥା ୩. ୩୫ ସେନ୍ଟ ଜମିରୁ ୧୬ ସେନ୍ଟ ଜମି ଗଲେ ବାକି ୩. ୧୯ ସେନ୍ଟ ଜମି ତାଙ୍କୁ ବୁଝି ଦିଆଯାଉ ଓ ଯଦି ମୋ ଜମିରେ ଇକୋଲଜମେଣ୍ଟ ଜମି ଥାଏ ତାହାହେଲେ ସରକାର ନେଇଯାଉ ମୋର କିଛି କହିବାର ନାହିଁ। କିନ୍ତୁ ଅଭିଯୋଗ ରହିଛି ଯେ, ଭାରତମାଳା ରୋଡ଼ ଅଞ୍ଚଳରେ ନିଯୁକ୍ତ ଆର.ଆଇ. ନଟବରଲାଲ ରାଠୋର ଦେବାଗାଁ ପଞ୍ଚାୟତ ଅନ୍ତର୍ଗତ ଅନେକ ପଟ୍ଟାଧାରୀଙ୍କୁ ଯଥାର୍ଥ ମୂଲ୍ୟ ଦେଇନାହାନ୍ତି। ଗ୍ରାମବାସୀମାନଙ୍କ ଅଭିଯୋଗ — “ଆମେ ଜମି ଛାଡିବୁ, କିନ୍ତୁ ପୂର୍ଣ୍ଣ ବୁଝିସୁଝି ଦିଆଯାଉ। ନଚେତ ଆମ ପରିବାର ସହ ଏହି ଜମିରେ ସମାଧି ନେବୁ।” ଏପଟେ ଆର.ଆଇ. ମହୋଦୟ ମନମୁଖି ଭାବରେ ନୋଟିସ ଜାରି କରି ଗ୍ରାମବାସୀଙ୍କ ଘର କାନ୍ଥରେ ଟାଙ୍ଗିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ସଚିନ ସରକାରଙ୍କ ଜମି ପୂର୍ବରୁ ଆର.ଆଇ. ତ୍ରିପାଠୀ, ପୂର୍ବ ଅତିରିକ୍ତ ତହସିଲଦାର ମାଡାମ, ଏବଂ ଭାରତମାଳା ରୋଡ଼ର ଆର.ଆଇ. ନଟବରଲାଲ ରାଠୋରଙ୍କ ଉପସ୍ଥିତିରେ ମାପି ଦେଖାଯାଇଥିଲା। ତେବେ ଏବେ ପୁନି ସେହି ଜମିକୁ ଇଂକୋଲଜମେଣ୍ଟ ଭାବେ ଘୋଷଣା କରାଯିବା ନେଇ ପ୍ରଶ୍ନ ଉଠିଛି। ପୂର୍ବ ମାପିବା ସମୟରେ ଡୁମରିମୁଣ୍ଡାର ଜଗନ୍ନାଥ ମଣ୍ଡଳ, ସୁଭାଷ ତାଳୁକଦାର, ଅରବିନ୍ଦ ବାଛାର, ଆର.ଆଇ. ତ୍ରିପାଠୀ, ତହସିଲଦାର ମାଡାମ ସହ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।
ବର୍ତ୍ତମାନ ସଚିନ ସରକାରଙ୍କ ଘର କାନ୍ଥରେ ଆର.ଆଇ. ନଟବରଲାଲ ରାଠୋର ଦ୍ୱାରା ଜୋର-ଜବରଦସ୍ତି ନୋଟିସ ଲଗାଇ ତାଙ୍କୁ ଚାପ ଦେବା ଅଭିଯୋଗ ମିଳିଛି। ଏହି ଘଟଣା ନେଇ ଦେବାଗାଁ ଓ ଆଶପାଶ ଅଞ୍ଚଳରେ ଜନମାନସରେ ଭାରୀ ଅସନ୍ତୋଷ ଦେଖାଯାଇଛି। ସ୍ଥାନୀୟମାନେ କହୁଛନ୍ତି, “ଏହି ପରି ମନମୁଖି ଦବଙ୍ଗଗିରି ବରଦାସ୍ତ କରାଯିବ ନାହିଁ। ଜମି ହରାଇଥିବା ଗ୍ରାମବାସୀମାନଙ୍କ ନ୍ୟାୟ ପାଇଁ ଆମେ ଏକତାବଦ୍ଧ ହେବୁ।”
ଏହି ବିଷୟରେ ଫୋନ୍ ଯୋଗେ ଆର.ଆଇ. ନଟବରଲାଲ ରାଠୋରଙ୍କ ସହ ସଂପର୍କ କରିବା ପ୍ରୟାସ କରାଗଲେ ମଧ୍ୟ ସେ ଫୋନ୍ ରିସିଭ୍ କରିନାହାନ୍ତି। ଏପରିକି ଦେବାଗାଁ ଆର.ଆଇ.ଙ୍କ ସହିତ ଯୋଗାଯୋଗ କଲେ ସେ କହିଛନ୍ତି — “ମୁଁ ଏହି ବିଷୟରେ କିଛି ଜାଣିନି।” ଅଞ୍ଚଳବାସୀଙ୍କ ମଧ୍ୟରେ ଏବେ ପ୍ରଶ୍ନ —
“ଯେତେବେଳେ ଜମି ଆଗରୁ ମାପି ସଠିକ ଭାବେ ତିଆରି ହୋଇଥିଲା, ଏବେ ହଠାତ୍ କିପରି ଇଂକୋଲଜମେଣ୍ଟ ହେଲା?”
ଏହି ଘଟଣା ଭାରତମାଳା ରୋଡ଼ ନିର୍ମାଣ ପ୍ରକଳ୍ପର ପ୍ରଶାସନିକ ପ୍ରକ୍ରିୟା ଓ ଅଞ୍ଚଳୀୟ ଅଧିକାରୀମାନଙ୍କ ଚାଳ-ଚରିତ୍ର ଉପରେ ଗଭୀର ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.