ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା

add-all

ଭୁବନେଶ୍ୱର: ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା। ଆସନ୍ତା ୨୦୨୬ ଫେବ୍ରୁଆରୀ ୮ରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)। ଏନେଇ କେନ୍ଦ୍ରୀୟ ମାଧ୍ୟମି ଶିକ୍ଷା ପରିଷଦ (ସିବିଏସ୍‌ଇ )ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ୧୩୨ଟି ସହରରେ ପରୀକ୍ଷା ଅନୁଷ୍ଠିତ ହେବ। ୨୦ଟି ଭାଷାରେ ପରୀକ୍ଷା ହେବ। ଏଥିରୁ ପରୀକ୍ଷାର୍ଥୀ ନିଜସ୍ୱ ଭାଷା ଚୟନ କରିବେ।

ପରୀକ୍ଷା, ସିଲାବସ୍‌, ଯୋଗ୍ୟତା, ପରୀକ୍ଷା ଫି, ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସମସ୍ତ ସୂଚନା ସିଟିଇଟି ଅଫିସିଆଲ୍‌ ୱେବ୍‌ସାଇଟ୍‌ https://ctet.nic.inରେ ଖୁବ୍‌ ଶୀଘ୍ର ପ୍ରକାଶ ପାଇବ। ଦୁଇଟି ପେପରରେ ପରୀକ୍ଷା ହେବ। ପ୍ରଥମ ପେପର ପ୍ରଥମରୁ ପଞ୍ଚମ ଶ୍ରେଣୀ ଓ ଦ୍ୱିତୀୟ ପେପରଟି ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପ୍ରଶ୍ନ ଆସିବ। ୧୫୦ ମାର୍କର ବହୁମୁଖୀ ପ୍ରଶ୍ନ (ଏମ୍‌ସିକ୍ୟୁ) ଆସିବ। ଏଥିରେ କୌଣସି ନେଗେଟିଭ୍‌ ମାର୍କ ନାହିଁ ।

ସୂଚନାଯୋଗ୍ୟ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସମେତ ଅନ୍ୟ କେନ୍ଦ୍ରୀୟ ସ୍କୁଲରେ ଶିକ୍ଷା ଦାନ ପାଇଁ ଏହି ସିଟିଇଟି ପରୀକ୍ଷା ବାଧ୍ୟତାମୂଳକ ରହିଛି।

ad-week
Leave A Reply

Your email address will not be published.