
ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି । ଚାରିଜଣ ମୁଖା ଧାରି ସଶସ୍ତ୍ର ଡକାୟତ ମାଡ ମାରି ଲୁଟିନେଲେ ଏକ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି । ବଣାଇ ଥାନା ରୁ 500 ମିଟର ଦୁରରେ ଥିବା ରଶ୍ମି ଇଲେକ୍ଟ୍ରିକାଲ ବ୍ୟବସାୟୀଙ୍କ ଘରେ ମା, ଝିଅ ଓ ଦୋକାନରେ କାମ କୁରୁଥିବା ପିଲା ଶୋଇଥିଲେ ।
ରାତ୍ରୀ 12 ଘଟିକା ସମୟରେ ତିନି ଜଣ ଡକାୟତ ପହଞ୍ଚି ତଳେ ଶୋଇଥିବା ତାଙ୍କର ଚାକରକୁ ଆଗେ ପ୍ରବଳ ମାଡ ମାରିବା ସହ ତାକୁ ବାନ୍ଧି ଦେଇଥିଲେ । ତାକୁ ବନ୍ଧୁକ ଦେଖାଇ କହିଥିଲେ, ତମ ମାଲିକାଣିଙ୍କୁ କବାଟ ଖୋଲା କରିବାକୁ କହ ନହେଲେ ତତେ ମାରିଦେବୁ । ଡକାୟତମାନଙ୍କ ପାଖରେ ବନ୍ଧୁକ, ମାଂସ କଟା ଚାପଡ଼ ଓ ଶାବଳ ହାତରେ ଥିଲା। ଭୟରେ ପେଟ ବଥା ହେଉଛି ଔଷଧ ଦିଅ ଦିଅ ବୋଲି ଫୋନ ଯୋଗେ କହିଥିଲା ଚାକର ।
ମା ଓ ଝିଅ ଔଷଧ ବାହାର କରି କବାଟ ଖୋଲିଥିବା ବେଳେ ଧକ୍କା ମାରି ଘର ଭିତରକୁ ପଶି ଆସିଥିଲେ ଡକାୟତମାନେ । ମା’- ଝିଅଙ୍କୁ ବାନ୍ଧିବା ସହ ମାଗିଥିଲେ ଚାବି । ଯଦି ଚାବି ନଦେବ ତମ ଝିଅକୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ କରିଦେବୁ ଧମକ ଦେଇଥିଲେ । ବାଧ୍ୟ ହୋଇ ମା’ ଚାବି ଦେଇ ଦେଇଥିଲେ ।
ଡକାୟତମାନେ ସୁନା ଅଳଙ୍କାର ଓ ମହାଜନଙ୍କୁ ଦବା ପାଇଁ ଥିବା ପ୍ରାୟ 25 ଲକ୍ଷ ଟଙ୍କା ସହ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି ଲୁଟି ନେଇଥିଲେ । ପ୍ରାୟ 3 ଘଣ୍ଟା ଧରି ଚାଲିଥିଲା ଲୁଟତରାଜ । ସକାଳୁ ପୋଲିସକୁ ଖବର ଦବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।