
ଭୁବନେଶ୍ୱର : ବାତ୍ୟା ମୋନ୍ଥା ମୁକାବିଲାର ପ୍ରସ୍ତୁତି ସମୀକ୍ଷା କଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ । ଏସଆରସିଙ୍କ କାର୍ଯ୍ୟାଳୟରେ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ମୋନ୍ଥା ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମନ୍ତ୍ରୀ । ବୈଠକରେ ଉନ୍ନୟନ କମିଶନର, ସ୍ଵତନ୍ତ୍ର ରିଲିଫ କମିଶନର,ଅଗ୍ନିଶମ ବିଭାଗର ଡିଜି, କୃଷି, ଶକ୍ତି ଏବଂ ପୂର୍ତ୍ତ ବିଭାଗର ସଚିବ ଉପସ୍ଥିତ ଥିଲେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଏବଂ ଜଳସମ୍ପଦ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
ବାତ୍ୟାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି । ବ୍ରହ୍ମପୁର ଆରଡିସି ସର୍କଲରେ 123 ଅଗ୍ନିଶମ ଟିମ ମୁତୟନ ହୋଇଛନ୍ତି । କଟକ ଆରଡିସି ସର୍କଲରେ 144 ଟିମ୍ ଅଛନ୍ତି । ପାୱାର ବୋଟ, ରବର ବୋଟ, JCB, ଗଛ କଟା ଯନ୍ତ୍ର, ଲାଇଟ, ଭୂସ୍ଖଳନ ନେଇ ପୋଲିସ ଓ ପ୍ରଶାସନ ସହ ଯୋଗସୂତ୍ର ରଖାଯାଇଛି । ବାତ୍ୟା ମୁକାବିଲା ପାଇଁ ଚୂଡାନ୍ତ ପ୍ରସ୍ତୁତି ହୋଇସାରିଛି । ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ।
କୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ବାତ୍ୟାର ଗତି ବଢିଲେ କ୍ଷତି କମ୍ ହେବ । ବାତ୍ୟାର ଗତି ବଢିଲେ କ୍ଷତି କମ୍ ହେବ । ବର୍ଷା ସମୟରେ ଘରୁ ବାହାରନ୍ତୁ ନାହିଁ । ଆସନ୍ନ ପ୍ରସବା ମା’ ମାନଙ୍କୁ ଡାକ୍ତରଖାନା ନିଆଯାଉଛି । ନିଜକୁ ସୁରକ୍ଷିତ ରଖନ୍ତୁ । ବିଭିନ୍ନ ବିଭାଗର 24 ଘଣ୍ଟିଆ ହେଲପ ଲାଇନ୍ ଖୋଲା ଯାଇଛି । ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଣି ଘେରରେ ରହିବା ସମ୍ଭାବନା ଥିବା ଅଂଚଳରୁ ସ୍ଥାନାନ୍ତରିତ କରାଯିବ । 1006 ବାତ୍ୟା ଆଶ୍ରୟସ୍ଥଳୀ ରହିଛି ରାଜ୍ଯରେ । ବାତ୍ୟା କୁ ନେଇ ଆଦୌ ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଲେ ମନ୍ତ୍ରୀ ।