
ଉଦଳା : ହଷ୍ଟେଲ ପାଚେରୀ ଡେଇଁ ପଳାଇଲେ ୮ ନାବାଳକ । ୭ ଘଣ୍ଟା ପରେ ହେଲେ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଠଣ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅଭିଯୋଗ ହୋଇଛି । ହଷ୍ଟେଲରେ ୪୦ ଜଣ ଅନ୍ତେବାସୀ ରହନ୍ତି । ସେମାନଙ୍କ ମଧ୍ୟରୁ ୮ଜଣ ନାବାଳକ ପାଚେରୀ ଡେଇଁ ଚାଲିଯାଇଥିଲେ । ୧୨ କିଲୋମିଟର ଚାଲି ଚାଲି ଯାଇ ଜଣେ ଛାତ୍ରଙ୍କ ଘରେ ରହିଥିଲେ । ୮ ନାବାଳକଙ୍କୁ ଖୋଜିବାକୁ ୭ ଘଣ୍ଟା ସମୟ ଲାଗିଥିଲା । ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଶିକ୍ଷୟିତ୍ରୀ ଓ ହଷ୍ଟେଲ କର୍ତ୍ତୃପକ୍ଷ ଥିବା ସତ୍ତ୍ବେ ଛାତ୍ରମାନେ କିପରି ଖସି ପଳାଇାଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।