୩୫ତମ ଜାତୀୟ ସିନିୟର ସେପକ୍-ଟାକ୍ର ପ୍ରତିଯୋଗିତା ରେ ଓଡ଼ିଶା ମହିଳା ଦଳକୁ କାଂସ୍ୟ ପଦକ

add-all

ଭୁବନେଶ୍ବର : ଚଳିତ ମାସ ୨୩ ରୁ ୨୭ ତାରିଖ ଯାଏ ଗୋଆ ର ମଡ଼ଗାଓ ଠାରେ ଚାଲୁଥିବା ୩୫ତମ ଜାତୀୟ ସିନିୟର ସେପକ୍-ଟାକ୍ର ପ୍ରତିଯୋଗିତା ରେ ଓଡ଼ିଶା ମହିଳା ଦଳ ଡବଲ ଇଭେଣ୍ଟ ରେ କାଂସ୍ୟ ପଦକ ହାସଲ କରିବାର ଗୌରବ ଅର୍ଜ୍ଜନ କରିଛି। ଓଡ଼ିଶା ପାଇଁ ସଂଗିତା କିସାନ, ଏ ଶ୍ରାବଣି ଓ ଗାୟତ୍ରୀ ସାହୁ ପ୍ରତିଦ୍ବନ୍ଦିତା କରୁଥିଲେ। ଓଡ଼ିଶା ଦଳର ଏହି ପ୍ରଦର୍ଶନ ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ର ସଚିବ ଏବଂ ନିର୍ଦ୍ଦେଶକ ଅଭିନନ୍ଦନ ଜଣେଇବା ସହ ଖେଳାଳୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ରାଜ୍ୟ ସଂଘ ତରଫରୁ ସଭାପତି ସତ୍ୟବ୍ରତ ରଥ, ସମ୍ପାଦକ ପୃଥିରାଜ୍ ସାହୁ, କୋଷାଧ୍ୟକ୍ଷ ନିରୋଦ ସ୍ୱାଇଁ, ଉପସଭାପତି ପ୍ରଭାସ ସୁଭଦର୍ଶନ ମହାନ୍ତି, ବିଶ୍ଵନାଥ ମିଶ୍ର, ସଞ୍ଜୟ ନାୟକ,ଗୌରାଙ୍ଗ ନାୟକ,ବ୍ରଜମୋହନ ସାହୁ, ରାମଚନ୍ଦ୍ର ବାରିକ, ସୁବ୍ରତ ଦତ୍ତ, ଟୁନା ଦାସ, ମିହିର ପ୍ରତାପ ଦାସ, ସୁବାସ ଷଡ଼ଙ୍ଗୀ, ଏସଏନଏମ ଗ୍ରୁପ ଅଧ୍ୟକ୍ଷ ପ୍ରମୋଦ ମହାନ୍ତି, ହାଇଟେକ ଗ୍ରୁପ ଚେୟାରମ୍ୟାନ ତିରୁପତି ପାଣିଗ୍ରାହୀ, ବିଜେପି ସଭାପତି ମନମୋହନ ସାମଲ, ମଧୁସୁଦନ ପାଣିଗ୍ରାହୀ ପ୍ରମୁଖ କର୍ମକର୍ତ୍ତା ଖେଳାଳୀ ମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ରାଜ୍ୟ ସରକାର ଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ କୁ ସାଧୁବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.