ମା’ ପାଟଖଣ୍ଡା ମନ୍ଦିର ହୁଣ୍ଡିରୁ ରୂପା ମୁଦି, ଆଖି ଓ ନଗଦ ଟଙ୍କା ବାହାରିଲା

youtube

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀଶ୍ରୀ ମା’ ପାଟଖଣ୍ଡା ଙ୍କ ମନ୍ଦିର ର ଭିତରେ ଓ ବାହାରେ ଥିବା ହୁଣ୍ଡି କୁ ରବିବାର ସନ୍ଧ୍ୟା ରେ କମିଟି ର ସଭାପତି ସନ୍ୟାସୀ ପାତ୍ର, ସମ୍ପାଦକ କେ. ସୁଶାନ୍ତ କୁମାର ପାତ୍ର ଓ କୋଷାଧ୍ୟକ୍ଷ ମହେଶ୍ୱର ଡାକୁଆ ଙ୍କ ସମେତ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ଖୋଲା ଯାଇଥିଲା l ସେଥିରୁ ନଗଦ ୬୬ ହଜାର ୫୦୦ ଟଙ୍କା ମିଳିଥିବା ବେଳେ ରୂପା ପରି ଦେଖା ଯାଉଥିବା ମୁଦି (ହାତ ଓ ଗୋଡ଼) ଦୁଇଟି ଏବଂ ଗୋଟିଏ ଆଖି ମିଳିଥିବା କମିଟି ପକ୍ଷରୁ ସୂଚନା ମିଳିଛି l ଏ ସମସ୍ତ ଟଙ୍କା ଓ ଜିନିଷ ଗୁଡିକୁ ସମସ୍ତ ଙ୍କ ଉପସ୍ଥିତ ରେ କୋଷାଧକ୍ଷ ଶ୍ରୀ ଡାକୁଆ ଙ୍କୁ କମିଟି ର ନିଜସ୍ୱ ଲକର ରେ ସୁରକ୍ଷିତ ଭାବେ ରଖିବା ପାଇଁ ଦାୟିତ୍ୱ ଦିଆଯାଇଥିଲା l ଦୀର୍ଘଦିନ ପରେ କମିଟି ର ସମସ୍ତ ସଦସ୍ୟ, ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଗୋଚର ରେ ଅବଗତ କରାଯାଇଥିବାରୁ ନୂତନ କମିଟି କର୍ତ୍ତୃପକ୍ଷ ଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ ସାଧୁବାଦ ଜଣାଯାଇଛି l ଏ ସମ୍ପର୍କ ରେ ସମ୍ପାଦକ ଶ୍ରୀ ପାତ୍ର ନିଜ ବକ୍ତବ୍ୟ ରେ କହିଛନ୍ତି ଯେ, ଆମ୍ଭେ ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ମନ୍ଦିର ସମ୍ମୁଖରେ ପ୍ରତ୍ୟେକ ମାସର ଆୟ ବ୍ୟୟ ର ସବିଶେଷ ତଥ୍ୟ ସହ ଲିଖିତ ଆକାରରେ ଜନସାଧାରଣ ଙ୍କ ଅବଗତ ଉଦେଶ୍ୟରେ ପ୍ରକାଶିତ କରାଯାଉଛି l ଆଗାମୀ ଦିନରେ ମନ୍ଦିର ପରିଚାଳନା କାର୍ଯ୍ୟକ୍ରମ କୁ ତ୍ରୁଟି ମୁକ୍ତ କରିବା ପାଇଁ ଚେଷ୍ଟା ଜାରୀ ରଖିବୁ ବୋଲି ପ୍ରକାଶ କରିଥିଲେ l

Leave A Reply

Your email address will not be published.