
ମାଲକାନଗିରି : କୋରୁକୋଣ୍ଡା ଅଞ୍ଚଳକୁ ସଫା ସୁତୁରା ରଖିବା ନିମନ୍ତେ ସରକାରଙ୍କ ତରଫରୁ ବହୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ରକ ୫୦ମିଟର ଦୂରର ରାସ୍ତା କଡରେ ବହୁଦିନ ଧରି ଗଦାହୋଇ ରହିଥିଲା ଅଳିଆ ଆବର୍ଜନା।ଏହାକୁ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ସହିତ ବ୍ଲକ ଅଧିକାରିଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ହେତୁ ଆଜି ବ୍ଲକଉତ୍କଳ ସାମ୍ବାଦିକ ସଂଘ ସଦସ୍ୟ ମାନେ ନିଜ ଖର୍ଚ୍ଚରେ ଠେଲା ଗାଡି ସାହାଯ୍ୟରେ ପଡି ରହିଥିବା ଆଲିଆକୁ ସଫା କରିଥିଲେ।
ସୂଚନା ଥାଉକି ଉକ୍ତ ରାସ୍ତାଟି ବ୍ଲକ ସଦର ମୁଖ୍ୟ ରାସ୍ତା ହନୁମାନ ମନ୍ଦିର ଠାରୁ ବ୍ଲକ ଅଧୀନ କ୍ଲଷ୍ଟର ବିଲଡିଙ୍ଗ କୁ ଯିବା ଆସିବା କରିବାର ମୁଖ୍ୟ ରାସ୍ତା। ଉକ୍ତ କ୍ଲଷ୍ଟର ବିଲିଡିଙ୍ଗରେ ପ୍ରାୟ ୧୦ରୁ ଅଧିକ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସରକାରୀ କର୍ମଚାରି ନିଜ ପରିବାର ସହିତ ରହିଥିବା ବେଳେ ପ୍ରତେକ ଦିନ କର୍ମଚାରି ମାନେ ନିଜ ନିଜ କାର୍ଯ୍ୟାଳୟକୁ ଯିବା ଆସିବା କରିବ ସହିତ ସେମାନଙ୍କର ଛୋଟ ଛୋଟ ପୁଅ ଝିଅ ସେହି ଅଳିଆ ଆବର୍ଜନା ରାସ୍ତା ଦେଇ ସ୍କୁଲକୁ ମଧ୍ୟ ନେବା ଆଣିବା କରିଥାନ୍ତି। ହେଲେ ମଧ୍ୟ ସେହି ରାସ୍ତାରେ ପଡିଥିବା ଆବର୍ଜନାକୁ କାହା ନଜରରେ ପଡୁନଥିଲା ଯଦି ଆଉ ଭିତରେ ରାସ୍ତାର କଥା ପଚାରେ କିଏ। ଏଣୁ ଆଜି ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ମାନେ ନିଜ ଖର୍ଚ୍ଚରେ ଗାଡି ଲଗାଈ ସଫା କରିଥିଲେ।