ଚାନ୍ଦବାଲିରେ ଜଳିଗଲା ଦୁଇ ମହଲା କୋଠା

youtube

ଚାନ୍ଦବାଲି:  ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୁଇ ମହଲା କୋଠା ।  କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ୧୬ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି । ଚାନ୍ଦବାଲି, ଧାମରା, ତିହିଡି, ଭଦ୍ରକ, ରାଜକନିକାରୁ ୬ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଗତକାଲି ସନ୍ଧ୍ୟାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲା । ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.