
ଗଜପତି : ବାତ୍ୟା ମନ୍ଥାର ପ୍ରଭାବ ଗଜପତି ଜିଲାରେ ପଡିଛି । ଜିଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ କାଶୀନଗର ପାର୍ତ୍ତଡା ପଞ୍ଚାୟତରେ ପାହାଡ ଧସିଛି । ପାହାଡ ଧସିବାରୁ ଲିଙ୍ଗା-ବାରଭା ରାସ୍ତାରେ ବଡ ବଡ ପଥର ଖଣ୍ଡ ସବୁ ଖସି ପଡି ରାସ୍ତା ଅବରୋଧ ହୋଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ କାମ ଆରମ୍ଭ ହୋଇଛି । ଜିଲାରେ ଗତକାଲିଠାରୁ ବର୍ଷା ଲାଗି ରହିଥିବାରୁ ପାହାଡ ଧସିବା ଓ ଭୂସ୍ଖଳନ ହେବା ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ମୁକାବିଲା କରିବା ପାଇଁ ସବୁ ପ୍ରସ୍ତୁତି କରାଯାଇଛି ।