ଯାତ୍ରାରେ ମେଲୋଡି ବେଳେ କଳାକାରଙ୍କ ହାତରୁ ମାରଣାସ୍ତ୍ର ଖସି ନାବାଳକ ଗୁରୁତର

youtube

ଚାନ୍ଦବାଲି : ଯାତ୍ରାରେ ଚାଲିଥିଲା ମେଲୋଡି । ନାଚ ଗୀତକୁ ଏଞ୍ଜୟ କରୁଥିଲେ ସମସ୍ତେ । ହେଲେ ଏହି ନାଚ ଗୀତ ମଧ୍ୟରେ ଘଟିଗଲା ବଡ ଅଘଟଣ । ହଠାତ୍ ଯାତ୍ରା ପେଣ୍ଡାଲ ତଳେ ବସିଥିବା ନାବାଳକ ହେଇଗଲା ଗୁରୁତର । ମେଲୋଡି ଚାଲିଥିବା ସମୟରେ କଳାକାରଙ୍କ ହାତରୁ ମାରଣାସ୍ତ୍ର ଖସି ନାବାଳକ ଜଣକ ଗୁରୁତର ଆହତ ହେବା ସହ ମାରଣାସ୍ତ୍ର ମୁଣ୍ଡରେ ବାଜିବାରୁ ନାବାଳକ ମୁଣ୍ଡରେ ପଡିଲା ୮ଟି ଷ୍ଟିଚ୍।

ଭଦ୍ରକ ଜିଲ୍ଲା ଚାନ୍ଦବାଲି କାଳୀ ପଡିଆରେ ତୁଳସୀ ଗଣନାଟ୍ୟ ତରଫରୁ ଯାତ୍ରା ପରିବେଷଣ ପୂର୍ବରୁ ମେଲୋଡି ଚାଲିଥିବା ସମୟରେ କଳାକାରଙ୍କ ହାତରୁ ମାରଣାସ୍ତ୍ର ଖସି ଜଣେ ନାବାଳକ ଗୁରୁତର ଆହତ ହେବା ସହ ଖଣ୍ଡା ମୁଣ୍ଡରେ ବାଜିବା ରୁ ନାବାଳକ ମୁଣ୍ଡରେ ପଡିଲା ୮ଟି ଷ୍ଟିଚ । ସୌଭାଗ୍ୟବସତଃ ବଞ୍ଚିଗଲା ଜୀବନ । ଘଟଣା ସ୍ଥଳରେ ବେଶ୍ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହାପରେ ଯାତ୍ରା ପାର୍ଟି ତରଫରୁ କ୍ଷମା ପ୍ରାର୍ଥନା କରାଯିବା ପରେ ଶାନ୍ତ ପଡିଥିଲା ମାହୋଲ। ଗତକାଲି ଚାନ୍ଦବାଲି କାଳୀ ପଡ଼ିଆରେ ତୁଳସୀ ଗଣନାଟ୍ୟ ଯାତ୍ରା ଚାଲିଥିବା ବେଳେ ।ମଞ୍ଚରେ ଏକ ପୌରାଣିକ ଦୃଶ୍ୟରେ ଅଭିନୟ କରୁଥିବା କଳାକାର ହାତରୁ। ଲୁହାର ମାରଣାସ୍ତ୍ର ବାହାରି ଆସି ଯାତ୍ରା ଦେଖୁଥିବା ଜଣେ ୮ବର୍ଷର ବାଳକ ମୁଣ୍ଡରେ ପଶି ଯାଇଥିଲା । ତୁରନ୍ତ ତାଙ୍କୁ ତାଙ୍କ ମାଆ ଓ ଅନ୍ୟମାନେ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତାଙ୍କ ମୁଣ୍ଡ ଫାଟି ଗଭୀର ଆଘାତ ହୋଇଥିବା ବେଳେ, ମୁଣ୍ଡର ଆଠଟି ଷ୍ଟିଚ ପଡିଥିଲା ।

ପରେ ଏ ସମ୍ପର୍କରେ ପରିବାର ଲୋକ ଥାନାକୁ ଯାଇଥିଲେ । ଯାତ୍ରା ପାର୍ଟି ତରଫରୁ କ୍ଷମା ପ୍ରାର୍ଥନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଆହତ ନାବାଳକର ଘର ସ୍ଥାନୀୟ ବିନତରା ଗାଁରେ ହୋଇଥିବା ବେଳେ ତାଙ୍କ ମାଆ ଭିଷଣ କ୍ଷୋଭ ପ୍ରକାଶ କରିଛନ୍ତି । ଯାତ୍ରାରେ ଅଭିନୟ କରୁଛନ୍ତି। କିନ୍ତୁ କାହିଁକି ସତସତିକା ଲୁହାର ମାରଣାସ୍ତ୍ର ବ୍ୟବହାର ରୁଛନ୍ତି । ଆଜି ମୋ ପୁଅ ମୁଣ୍ତରେ ବାଜିଲା ବୋଲି ସେ ବଞ୍ଚିଗଲା ।ଯଦି ଆଖି କି ଆଉ କେଉଁଠି ବାଜିଥାନ୍ତା ।ମୋ ପୁଅର ଅବସ୍ଥା କଣ ହେଇଥାଆନ୍ତା । ତୁରନ୍ତ ପ୍ରଶାସନ ଏହା ଉପରେ ବିଚାର କରିବା ଆବଶ୍ୟକ ଅଛି ।

Leave A Reply

Your email address will not be published.