
ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ବିଶେଷ କରି ଅଧିକ ପ୍ରଭାବି ହେବାକୁ ଥିବା ୮ଟି ଜିଲ୍ଲାରେ ମୁକାବିଲା ପାଇଁ ସଂପୂର୍ଣ୍ଣ ଅଛନ୍ତି ସରକାର । ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ୧୧ ହଜାର ଲୋକ ସ୍ଥାନାନ୍ତର ହେଲେଣି । ଆଉ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ ରହିଛି । ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଜି ବାତ୍ୟା ମୁକାବିଲାର ପ୍ରସ୍ତୁତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ରିଲିଫ ଏବଂ ରେସକ୍ୟୁ ଅପରେସନ ପାଇଁ ୩୦ଟି ଓଡ୍ରାଫ ଟିମ , ୧୨୩ଟି ଅଗ୍ନିଶମ ଓ ୫ଟି ଏନଡିଆରଏଫ ଟମ୍ ମୁତୟନ ହୋଇଛନ୍ତି । ରାଜସ୍ବ ମନ୍ତ୍ରୀ ସୁରେଶ ପଜାରୀ କହିଛନ୍ତି, ବାତ୍ୟାରେ କ୍ଷୟକ୍ଷତି ହେଲେ କ୍ଷତିପୂରଣ ଦିଆଯିବ। ପାହାଡ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳକୁ ଆସିବାକୁ ପରାମର୍ଶ ଦେଇଛନ୍ତି । ଯଥେଷ୍ଟ ପରିମାଣର ପରିବା ଓ ରାସନ ସାମଗ୍ରୀ ମହଜୁଦ୍ ରହିଛି । କଳାବଜାରୀ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇନ୍ତି ମନ୍ତ୍ରୀ ।