ଆସିକା ଜଗଦଳପୁର ବାତ୍ୟା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା: ପ୍ରଶାସନ ଉପରେ ଲୋକଙ୍କ ଅସନ୍ତୋଷ…

youtube

ବ୍ରହ୍ମପୁର: ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବାବେଳେ, ଆସିକା ଜଗଦଳପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଦେଖାଦେଇଛି ଘୋର ଅବ୍ୟବସ୍ଥା। ପ୍ରଶାସନର ମନମୁଖୀ କାର୍ଯ୍ୟକଳାପକୁ ନେଇ ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସୁରକ୍ଷା ଦୃଷ୍ଟିରୁ ଆସିକାର ବିଭିନ୍ନ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ଭାବେ ଏହି ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା। କିନ୍ତୁ ଗତକାଲି ରାତିରେ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇ ନଥିଲା। ଏହା ସହିତ, ସାରା ରାତି ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ୍ ସରବରାହ ନଥିବାରୁ ସମ୍ପୂର୍ଣ୍ଣ ଅନ୍ଧକାରମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ଘୋର ଅବ୍ୟବସ୍ଥା ଯୋଗୁଁ ଲୋକମାନେ ଆଶ୍ରୟସ୍ଥଳୀରେ ରହିବାକୁ ପସନ୍ଦ ନକରି ନିଜ ନିଜ ଘରକୁ ଫେରିଯାଇଛନ୍ତି।

ସରକାର ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାକୁ ଏଠାରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାରେ ପ୍ରଶାସନ ବିଫଳ ହୋଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.