ଆସିକା ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ରେ ପୂର୍ତ୍ତବିଭାଗ ର କାରନାମା ୬ କୋଟି ଟଙ୍କା ପାଣିରେ ପଡିଲା…

add-all

ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ରେ ଛାତରୁ ଅନବରତ ଭାବେ ବର୍ଷା ଜଳ ପଡୁଛି….!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ପୂର୍ତ୍ତବିଭାଗ ଦୁର୍ନୀତି ର ସିଂହାସନ ରେ ବସିଛି। ତାହାର ନଗ୍ନ ନମୁନା ଆସିକା ହରି ହର ହାଇସ୍କୁଲ ପରିସର ରେ ନିର୍ମିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ରେ ଦେଖିବାକୁ ମିଳିଛି। ନିସର୍ତ୍ତ ରେ ରୀତିମତ ଭାବେ ଆସିକା ପୂର୍ତ୍ତ ବିଭାଗ ରେ ପାଦ ପାଦରେ ଦୁର୍ନୀତି ହେଉଥିବା ସମ୍ପର୍କ ରେ ଖବର ପ୍ରକାଶ ହୋଇ ଆସୁଛି। ଖବର ପ୍ରକାଶ ହେବା ପରେ ବାବୁ ମାନଙ୍କ ଦ୍ୱାରା ଖାକୀ କଭର ବୁଲିବା ଆରମ୍ଭ ହେଉଥିବା ଦେଖିବାକୁ ମିଳେ। ୬ କୋଟି ଟଙ୍କା ଅଟକଳ ରେ ପୂର୍ତ୍ତ ବିଭାଗ ଅଧୀନରେ ଆସିକା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ମାଣ ହୋଇଥିଲା। ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ସମ୍ପର୍କ ରେ ବିଭିନ୍ନ ଗଣମାଧ୍ୟମ ରେ ପୂର୍ବରୁ ଖବର ପ୍ରକାଶ ହୋଇଛି। ଲଗାଣ ବର୍ଷା ଆସିକା ରେ ଗତ ଦୁଇ ଦିନ ହେଲା ଲାଗିରହିବା ଫଳରେ ଇଣ୍ଡୋର ଷ୍ଟାଡିୟମର ଚାରି ପାଖ କାନ୍ଥରୁ ଅନବରତ ଭାବେ ବର୍ଷା ଜଳ ଛାତରୁ ଖସୁଥିବା ଦେଖିବାକୁ ମିଳିଛି। ଏପଟେ କୁତ୍ରିମ ହ୍ରଦର ଭ୍ରମ ସୃଷ୍ଟି ହେଲେବି ପିଲା ମାନେ ସେମାନଙ୍କ ପ୍ରାକ୍ଟିସ ଜାରି ରଖିଥିବା ଦେଖିବାକୁ ମିଳିଛି। କୋଟି କୋଟି ଟଙ୍କାର ହୋଇଥିବା ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ହେଲେ ବାବୁ ମାନଙ୍କ ଅସଲ ମୁଖା ଖୋଲିବ ବୋଲି କ୍ରୀଡା ବିତ୍ତ ମାନେ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.