ଟ୍ରକ-ବସ୍ ଧକ୍କା, ଡ୍ରାଇଭର ଓ ହେଲପର ମୃତ

youtube

ଜଳେଶ୍ବର: ଟ୍ରକକୁ ପଛରୁ ପିଟିଲା ବସ୍ । ମର୍ମନ୍ତୁଦ ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ମୃତ, ଏକାଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ନିକଟରେ ଦୁର୍ଘଟଣା ଘଟିଛି । ମୃତ ଡ୍ରାଇଭର ହେଲେ ସେକ୍ ଅବଦୁଲ୍ ଏବଂ ହେଲପର ଜଣକ ନରସିଂହ ଖଟୁଆ ବୋଲି ଜଣାପଡିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ର କ୍ଯାବିନ୍ ଭାଙ୍ଗି ଚୁରମାର ହୋଇଯାଇଛି ।

ଡଲଫିନ୍ ନାମକ ଏକ ଘରୋଇ ବସ ୬୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ କୋଲକାତା ଯାଉଥିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା କଡ଼ରେ ଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ବସ । ଗୁରୁତରଙ୍କୁ ଜଳେଶ୍ବର ଏବଂ ବାଲେଶ୍ବର ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ତଦନ୍ତ ଚଳାଇଛି ଜଳେଶ୍ବର ପୋଲିସ ।

Leave A Reply

Your email address will not be published.