
ଭୁବନେଶ୍ୱର : ବାତ୍ୟା ‘ମୋନ୍ଥା’ ଯୋଗୁଁ ଆନ୍ଧ୍ରପ୍ରଦେଶରେ ୩୫ଟି ବିମାନ ବାତିଲ୍ କରାଯାଇଛି। ଆନ୍ଧ୍ର ବିମାନବନ୍ଦର ଓ ପଡ଼ୋଶୀ ଅଞ୍ଚଳରୁ ସଂଯୋଗ କରୁଥିବା ରୁଟ୍ ଗୁଡ଼ିକରେ ୩୫ରୁ ଅଧିକ ବିମାନ ବାତିଲ୍ କରାଯାଇଛି। ବାତ୍ୟା ସମୟରେ ପ୍ରବଳ ବର୍ଷା ଓ କମ୍ ଦୃଶ୍ୟମାନତାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ଭାବେ ବିମାନ ଗୁଡିକୁ ବାତିଲ୍ କରାଯାଇଥିଲା । ଇଣ୍ଡିଗୋର ୩୦, Air Indiaର ୨ଓ Air India Expressର ୫ ବିମାନ ବାତିଲା ହୋଇଥିଲା । ଏହାଛଡା ଆନ୍ଧ୍ରପ୍ରଦେଶ ବିଜୟୱାଡା, ବିଶାଖାପାଟଣାମ, ରାଜମହେନ୍ଦ୍ରୀ ମଧ୍ୟରେ ଥିବା ୯ ବିମାନ ବାତିଲ୍ କରାଯାଇଥିଲା । ତିରୁପତି ବିମାନବନ୍ଦରରୁ ଆସୁଥିବା ୪ଟି ବିମାନକୁ ମଧ୍ୟ ବନ୍ଦ କରାଯାଇଥିଲା । IndiGo ଯାତ୍ରୀଙ୍କୁ goIndiGo.in ମାଧ୍ୟମରେ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ପୁନଃ ବୁକିଂ କିମ୍ବା ଟଙ୍କା ଫେରସ୍ତ ଗ୍ରହଣ କରିବାକୁ ଅନୁରୋଧ କରି ଯାତ୍ରା ପରାମର୍ଶ ଜାରି ହୋଇଛି । ଭୁବନେଶ୍ବର ବିମାନ ବନ୍ଦର ସ୍ବାଭାବିକ ଭାବେ ଚାଲିଛି ।
ସେହିପରି ବାତ୍ୟା ମୋନ୍ଥା ଯୋଗୁଁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଟ୍ରେନ୍ ବାତିଲ୍ । ୨୭ ତାରିଖରୁ ଆଜି ଯାଏ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦେଇ ଚଳାଚଳ କରୁଥିବା ୪୩ଟି ଟ୍ରେନ୍ କୁ ବାତିଲ୍ କରିଥିଲା ପୂର୍ବତଟ ରେଳବାଇ । ବର୍ତମାନ ସ୍ଥିତି ସ୍ୱାଭିବିକ ରହିଛି । ପାଗରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । କଟକ ଷ୍ଟେସନ ରୁଟ୍ ଦେଇ ସମସ୍ତ ଟ୍ରେନ ଚଳାଚଳ କରୁଛି ।