ରେଭେନ୍ସା ଇଷ୍ଟ ହଷ୍ଟେଲ୍‌ରେ ଝାଡ଼ାବାନ୍ତି: ୧୫ରୁ ଅଧିକ ଛାତ୍ର ଆକ୍ରାନ୍ତ

youtube

କଟକ: ରେଭେନ୍ସା ଇଷ୍ଟ ହଷ୍ଟେଲର ୧୫ ଛାତ୍ର ଅସୁସ୍ଥ । ଫୁଡ ପଏଜନ ପାଇଁ ୧୫ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରୁ ପିଇବା ପାଣିରୁ ଫୁଡ ପଏଜନ ହୋଇଥିବା ଜଣାପଡିଛି । ପାଣି ପରୀକ୍ଷା ପାଇଁ ପଠାଯାଇଛି ।

ଗତକାଲି ରାତିରେ ହଷ୍ଟେଲର ଅନ୍ତେବାସୀମାନେ ଭାତ, ରୁଟି, ଅଣ୍ଡା ତଡକା ଓ ଭଜା ଖାଇଥିଲେ । ହଷ୍ଟେଲରେ ପ୍ରାୟ ୧୮୦ ଛାତ୍ର ରହୁଥିଲେ । ପୂର୍ବରୁ ମଧ୍ୟ ରେଭେନ୍ସାର ଅନ୍ୟ ଏକ ହଷ୍ଟେଲରେ ଫୁଡ ପଏଜନ ହୋଇଥିଲା। ହଷ୍ଟେଲରେ ଆକ୍ବାଗାର୍ଡ ଖରାପ ଥିବାବେଳେ ଦୂଷିତ ପାଣି ବାହାରୁଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି  । ଏନେଇ ଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.