
ଭୁବନେଶ୍ୱର : ବାତ୍ୟା ମୋନ୍ଥାରେ ରାଜ୍ୟର ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ। କାଲିଠାରୁ କ୍ଷୟକ୍ଷତି ନେଇ ରିପୋର୍ଟ ସଂଗ୍ରହ କରିବେ ଜିଲ୍ଲାପାଳ। ଫସଲର କ୍ଷୟକ୍ଷତି ନେଇ ତଥ୍ୟ ସଂଗ୍ରହ କରିବେ ଅଧିକାରୀ । ସଠିକ ଆକଳନ କରି ୭୨ ଘଣ୍ଟାରେ ରିପୋର୍ଟ ଦେବେ ଜିଲ୍ଲାପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଘର ଭାଙ୍ଗିଥିଲେ ସର୍ଭେ କରାଯାଇ ତୁରନ୍ତ କ୍ଷତିପୂରଣ ଦିଆଯିବ । ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନଂ ମାଗିବେ ଅଧିକାରୀ। ଏହା ପରେ ଅନଲାଇନରେ ତୁରନ୍ତ କ୍ଷତିପୂରଣ ବୋଲି କହିଛନ୍ତି ମନ୍ତ୍ରୀ ।
ସମ୍ଭାବ୍ୟ ବାତ୍ୟାକୁ ଦେଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି ସୂରେଶ ପୂଜାରୀ । ସବୁ ବିଭାଗ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ। ଭୂସ୍ଖଳନରୁ କେହି କ୍ଷତିଗ୍ରସ୍ତ ନ ହୁଅନ୍ତୁ ବ୍ୟବସ୍ଥା କରାଯାଇଥିଲା । ୧୯ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ୨ ହଜାରରୁ ଅଧିକ ଗର୍ଭବତୀଙ୍କୁ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଖୁବ୍ କମ ସମୟ ମଧ୍ୟରେ ରାସ୍ତା ଅବରୋଧ ହଟାଯାଇଥିଲା ବୋଲି କହିଛନ୍ତି ମନ୍ତ୍ରୀ ସୂରେଶ ପୂଜାରୀ ।