ମାଥିଲିରେ ଦୁର୍ନୀତି ନିବାରଣ ସପ୍ତାହ ନେଇ ସଚେତନତା ଶୋଭାଯାତ୍ରା

add-all

ମାଲକାନଗିରି : ଆଜି ଦୁର୍ନୀତି ନିବାରଣ ଶାଖା ଓ ମାଥିଲି ବ୍ଲକ ପ୍ରଶାସନର ମିଳିତ ଆନୁକୁଲ୍ୟରେ ଅକ୍ଟୋବର ୨୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପ୍ରଶାସନ ତରଫରୁ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ସହ ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଛି।ଏହି କାର୍ଯ୍ୟକ୍ରମ ବିଡ଼ିଓ ପ୍ରମୋଦ କୁମାର ବେହେରା ଙ୍କ ନେତୃତ୍ୱ ରେ ହୋଇଥିଲା। ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରତନ ରାଏ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶିବ ଶଙ୍କର ସାହୁ ଉପସ୍ଥିତ ରହି ମାଥିଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରୁ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମିଳନୀ କକ୍ଷରେ ପହଞ୍ଚି ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଡିଓ ବେହେରା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଭବିଷ୍ୟତରେ ଜଣେ ସୁନାଗରିକ ହୋଇ ଦେଶ ଗଠନରେ ନିଜକୁ ସାମିଲ କରିବା ପାଇଁ ଆହ୍ଵାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ , ଏବିଡିଓ ସରୋଜ ପ୍ରଧାନ,ସଦର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ,ମିଶନ ଶକ୍ତି ଅଧିକାରୀ ଅନିର୍ବାଣ ନାୟକ ,ସଦର ସରପଞ୍ଚ କାନାମ ରାଜୁ ନାୟକ ଓ ବ୍ଲକର ବହୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସହ ବ୍ଲକର ବହୁ ଛାତ୍ରଛାତ୍ରୀ ଓ ଏମ ବି କେ , ସି ଆର ପି , ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.