ଦୁର୍ନୀତି ନିବାରଣ ପାଇଁ ଟିପିଏସ୍ଓଡିଏଲର ୱାକାଥନ

youtube

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବ୍ରହ୍ମପୁରଠାରେ ଦୁର୍ନୀତି ନିବାରଣ ସଚେତନତା ମାସ ୨୦୨୫ ଅବସରରେ ୱାକାଥନ ଆୟୋଜିତ ହୋଇଛି। ଯାହା କମ୍ପାନୀର ସତ୍ୟନିଷ୍ଠା, ସ୍ବଚ୍ଛତା ଏବଂ ନୈତିକ ଶାସନ ପ୍ରତି ଥିବା ତା’ର ପ୍ରତିବଦ୍ଧତାକୁ ଦର୍ଶାଇଛି। ଦୁର୍ନୀତି ବିରୁଦ୍ଧରେ ଏହି ଅବସରରେ କମ୍ପାନୀର ବିଭିନ୍ନ ବିଭାଗର ବହୁ କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।

ୱାକାଥନରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଥିରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଟି-ସାର୍ଟ ପରିଧାନ କରିବା ସହିତ ବ୍ୟାନର, ପ୍ଲାକାର୍ଡ ଧରି ୱାକାଥନରେ ସାମିଲ ହୋଇଥିଲେ। ଏଥିସହିତ ପ୍ରଚାରପତ୍ର ବାଣ୍ଟିବା ସହିତ ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି କରିଥିଲେ। ଯାହା ଦୈନନ୍ଦିନ ଜୀବନରେ ସାଧୁତା, ଦାୟିତ୍ୱବୋଧତା ଏବଂ ନୈତିକ ବ୍ୟବହାରର ଗୁରୁତ୍ୱ ପ୍ରତି ଉଦ୍ଧିଷ୍ଟ ଥିଲା।

ଚଳିତବର୍ଷ ଦୁର୍ନୀତି ନିବାରଣ ସଚେତନତା ମାସର ବିଷୟବସ୍ତୁ ରହିଛି “ସତର୍କତା – ଆମ ସମସ୍ତଙ୍କର ଏକ ସମ୍ମିଳିତ ଦାୟିତ୍ଵ” ଯାହା ଟିପିଏସ୍ଓଡିଏଲର ସମାଜରେ ଲୋକଙ୍କ ବିଶ୍ୱାସ ଏବଂ ଦାୟିତ୍ଵବଦ୍ଧତାକୁ ଦୃଢ଼ କରିବାରେ ସହାୟକ ହେବ।

ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ସତ୍ୟନିଷ୍ଠା ହେଉଛି ପ୍ରଗତିର ମୂଳ ଭିତ୍ତି। ଟିପିଏସ୍ଓଡିଏଲରେ ଆମେ ବିଶ୍ୱାସ କରୁ ଯେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଆମର ପ୍ରତ୍ୟେକ କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତ୍। ଏଥିସହିତ ଏହି ଦୁର୍ନୀତି ନିବାରଣ ସଚେତନତା ମାସ ପାଳନ ଅବସରରେ ଆମେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ପ୍ରତି ଥିବା ପ୍ରତିବଦ୍ଧତାକୁ ଦୋହରାଉଛୁ। ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦୁର୍ନୀତି ବିରୋଧରେ ଏକଜୁଟ ହେବା ଏବଂ ଏକ ନ୍ୟାୟପୂର୍ଣ୍ଣ, ନୈତିକ ଓ ବିକଶିତ ଭାରତର‌ ଗଠନ ଦିଗରେ ଭାଗିଦାରୀ ହେବାକୁ ଆହ୍ୱାନ କରୁଛୁ” ।

ଦୁର୍ନୀତି ନିବାରଣ ସଚେତନତା ମାସ ପାଳନ ଅବସରରେ ଗତ ଅକ୍ଟୋବର ୨୭ ତାରିଖରେ ଟିପିଏସ୍ଓଡିଏଲର କର୍ମଚାରୀମାନେ ଶପଥ ଗ୍ରହଣ କରିଥିଲେ। ଏଥିସହିତ ସମସ୍ତ ଉପଭୋକ୍ତାଙ୍କୁ ଦୁର୍ନୀତି ବିରୋଧରେ ଏକଜୁଟ ହେବା ପାଇଁ ସତର୍କତା ସଚେତନତା ଏସ‌୍ଏମ୍ଏସ୍ ପ୍ରଦାନ କରାଯାଇଛି ଯେଉଁଥିରେ ଦୁର୍ନୀତି ବିରୋଧରେ ଅନଲାଇନରେ ଶପଥ ନେବା ପାଇଁ ଲିଙ୍କ୍ ପ୍ରଦାନ କରାଯାଇଛି। ଏଥିସହିତ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଦୁର୍ନୀତି ନିବାରଣ ସଚେତନତା ପାଇଁ ପଥପ୍ରାନ୍ତ ନାଟକ (ନୁକ୍କଡ ନାଟକ) ଆୟୋଜନ କରିବାର ଲକ୍ଷ୍ୟ ରଖିଛି ଟିପିଏସ୍ଓଡିଏଲ୍ । କମ୍ପାନୀ ତରଫରୁ ଗ୍ରାମପଞ୍ଚାୟତ,ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଏନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ଯାହା ଯୁବ ପିଢ଼ିକୁ ସାଧୁତା ଏବଂ ନୈତିକ ମୂଲ୍ୟବୋଧକୁ ଆପଣାଇବାରେ ଉତ୍ସାହିତ କରିବ।

ମାସବ୍ୟାପୀ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମ ଟିପିଏସ୍ଓଡିଏଲର ମୁଖ୍ୟ ସୁରକ୍ଷା ଏବଂ ନିରାପତ୍ତା ବିଭାଗର ମୁଖ୍ୟ ମନୋଜ କୁମାର (ଅବସରପ୍ରାପ୍ତ, ୱିଙ୍ଗ୍ କମାଣ୍ଡର) ଙ୍କ ନେତୃତ୍ବରେ ପରିଚାଳିତ ହେଉ ଅଛି। ଟିପିଏସ୍ଓଡିଏଲ୍ ନୈତିକ ଦାୟିତ୍ବବୋଧକୁ ସଦା ପ୍ରୋତ୍ସାହିତ କରି ଆସିଛି ଯାହା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ଭିତରେ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବାରେ ସହାୟକ ହେବ।

Leave A Reply

Your email address will not be published.