ମୃତ୍ୟୁ ପରେ ଚକ୍ଷୁଦାନ କରି ଅମର ହେଲେ ଆଇନଜୀବୀ କୃଷ୍ଣ ଚନ୍ଦ୍ର ସାହୁ

add-all

ଛତ୍ରପୁର : ଛତ୍ରପୁର ବରିଷ୍ଠ ଆଇନଜୀବୀ ତଥା ରାଜ ନଗର ନିବାସୀ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ( ୭୫) ପରଲୋକ ଘଟିଛି । ସେ ବହୁତ ଦିନ ଅସୁସ୍ଥ ରହିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି, ଏନେଇ ଅଂଚଳ ରେ ଶୋକ ରେ ଛାୟା ଖେଳି ଯାଇଛି, ସେ ଜଣେ ମେଳାପୀ, ପରୋ ପକାରୀ, ଧାର୍ମିକ ଏବଂ ଦକ୍ଷ ଆଇନଜୀବି ଭାବେ ଛତ୍ରପୁର ଆଖ ପାଖ ଅଂଚଳ ରେ ଖୁବ ପରଚିତ ଥିଲେ, ତାଙ୍କ ର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ତ୍ରୀ ଜ୍ୟୋତି ସାହୁ, ବଡ଼ ପୁଅ ଆଇନଜୀବି ହର ପ୍ରସାଦ ସାହୁ, ସାନପୁଅ ସୁର ପ୍ରସାଦ ସାହୁ, ଦୁଇ ବୋହୁ, ନାତି ଓ ନାତୁଣୀ ଏବଂ ବହୁ ଆଇନଜୀବୀ, ଅଂଚଳ ବାସୀ ଓ ବନ୍ଧୁ ବାନ୍ଧବ ମାନେ ଉପସ୍ଥିତ ଥିଲେ , ସ୍ବର୍ଗତ ସାହୁ ଙ୍କ ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ର ଦୁଇଟି ଚକ୍ଷୁ ଦାନ କରି ତାଙ୍କୁ ସବୁଦିନ ପାଇଁ ଅମର କରିଦେଇଛନ୍ତି । ତାଙ୍କ ର ବାପାଙ୍କ ଚକ୍ଷୁ ଅନ୍ୟ କାହାକୁ ସହାୟତା ହେବ। ସେ ନୂଆ ଦୁନିଆ ଦେଖିବେ ବୋଲି ମଧ୍ୟ ପୁଅ ମାନେ କହିଛନ୍ତି। ବ୍ରହ୍ମପୁର ଏମକେସିଜି ମେଡିକାଲ ଓ କଲେଜ ଚକ୍ଷୁ ବିଭାଗ ର ଡାକ୍ତର ସ୍ମୃତି ରଞ୍ଜନ ଧର ଓ ସ୍ମିତା ରାଣୀ ମହନ୍ତ ତାଙ୍କ ଘରେ ପହଂଚି ସ୍ବର୍ଗତ ସାହୁଙ୍କ ଦୁଇଟି ଚକ୍ଷୁ ସଂଗ୍ରହ କରି ନେଇଥିଲେ, ଏପରି କାର୍ଯ୍ୟ କୁ ବିଭିନ୍ନ ମହଲ ରୁ ପ୍ରଂଶସା କରାଯାଇଛି

ad-week
Leave A Reply

Your email address will not be published.