ରୟାଲ ଫାର୍ମାସୀ କଲେଜ ନିର୍ଦ୍ଦେଶକ ପ୍ରଫେସର ପି.ଏନ୍‌.ମୂର୍ତ୍ତିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

youtube

ବ୍ରହ୍ମପୁର : ସ୍ଥାନୀୟ ଅନ୍ଧପସରା ରୋଡଠାରେ ଅବସ୍ଥିତ ରୟାଲ ଫାର୍ମାସୀ କଲେଜର ନିର୍ଦ୍ଦେଶକ ପ୍ରଫେସର ପି.ଏନ୍‌.ମୂର୍ତ୍ତିଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିଚାଳନା କମିଟିର ଅଧ୍ଯକ୍ଷ ଡଃ. ଟି.ପ୍ରକାଶ ରାଓ, RERS ର ସମ୍ପାଦକ ଶାକା ଶ୍ରୀକାନ୍ତ କଲେଜ ଅଧ୍ଯକ୍ଷ ପ୍ରଫେସର ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥ୍‌ଲେ। ଏହି ପରିପ୍ରେକ୍ଷୀରେ ରୟାଲ୍‌ ଫାର୍ମାସୀ କଲେଜ ପରିଚାଳନା କମିଟି ଅଧ୍ଯକ୍ଷ ଡଃ.ଟି.ପ୍ରକାଶ ରାଓ, କଲେଜ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ପଣ୍ଡା, ଷ୍ଟାଫ୍‌ ଏବଂ ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରଫେସର ପି.ଏନ୍‌.ମୂର୍ତ୍ତି ଏବଂ ତାଙ୍କ ସହ-ଧର୍ମଣି ପି.ସୁଶୀଳା ଙ୍କୁ ଉପଢ଼ୋକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇ- ଥିଲା l ପ୍ରଫେସର ପି.ଏନ୍‌. ମୂର୍ତ୍ତିଙ୍କ ଜୀବନି ଉପରେ କଲେଜର ପ୍ରଫେସର ଅଞ୍ଜନ କୁମାର ମହାପାତ୍ର ଅଲୋକପାତ କରିଥଲେ|

ସେହିପରି ମହୁଡା ଫାର୍ମାସୀ କଲେଜ ପରିଚାଳନା କମିଟିର ଅଧ୍ଯକ୍ଷ ଭି.ଜଗନ୍ନାଥ ରାଓ, କଲେଜ ଉପାଧକ୍ଷ ରମେଶ ଚନ୍ଦ୍ର ଦାଶ, ଜି.ପି.ସି.ଡି.ଏ.ର ସମ୍ପାଦକ ତଥା ୟ୍‌.ସି.ଡି.ଏ.ର ସଭାପତି ପି.ସତ୍ୟନାରାୟଣା, ଅବସରପ୍ରାପ୍ତ କର୍ମଚାରୀ ମନମୋହନ ବିଷୋୟୀ, ଜୟଦେବ ପାଢୀ, ପ୍ରଶାନ୍ତ କୁମାର ଦାସ ଏବଂ ରୋଲାଣ୍ଡ ଫାର୍ମାସୀ କଲେଜର ପରିଚାଳନା କମିଟି ଅଧ୍ୟକ୍ଷା ଜେ.ଜୟଲକ୍ଷ୍ମୀ, ନିର୍ଦ୍ଦେଶିକା ଜେ.ଶୃତି, କେଲଜର ଅଧ୍ୟକ୍ଷ ଡଃ.ବି.ଭି.ଭି.ରବି କୁମାର, ଉପାଧକ୍ଷ ସି.ଏଚ୍‌.ନିରଞ୍ଜନ ପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଫେସର ପି.ଏନ୍‌.ମୂର୍ତ୍ତି ଏବଂ ତାଙ୍କ ସହ-ଧର୍ମଣି ପି. ସୁଶୀଳାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥ୍‌ଲେ| ପ୍ରଫେସର ପି.ଏନ୍‌.ମୂର୍ତ୍ତି ନିଜ ଜୀବନ କାଳରେ ଫାର୍ମାସୀ ଶିକ୍ଷା କ୍ଷେତ୍ରରେ ଦୀର୍ଘ ୪୭ ବର୍ଷ ଭିତରେ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଉଚ୍ଚ ପଦବୀରେ ରହି ନିଜ କାର୍ଯ୍ୟ ସମ୍ପାଦନା କରିଥିଲେ l ଛାତ୍ରଛାତ୍ରୀଙ୍କ ମାନଙ୍କ ଭବିଷ୍ୟତ ଗଢିବାରେ ତାଙ୍କ ଅବଦାନ ସ୍କୃରଣୀୟ ହୋଇ ରହିବ ବୋଲି ବିଭିନ୍ନ ବ୍ୟକ୍ତା ନିଜ ନିଜର ମତ ବ୍ୟକ୍ତ କରିଥ୍‌ଲେ। ପ୍ରଫେସର ମୂର୍ତ୍ତି IPA, APTI, IHPA ଏବଂ ICTAର ସଭ୍ୟ ରହିଥିବାସହ ଓଡିଶା ଫାର୍ମାସୀ ସଂଘ (OPA)ର ଫାଉଣ୍ଡର ସଭାପତି ରୂପେ କାର୍ଯ୍ୟ ନିର୍ବାହ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ କଲେଜର ଉପାଧ୍ୟକ୍ଷ ପ୍ରଫେସର ଉମାଶଙ୍କର ମିଶ୍ର, ମଧୂସ୍ମୃତି ଖଣ୍ଡେଇ, ସୁରେନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ପ୍ରଫେସର ପ୍ରଶାନ୍ତ କୁମାର ଚୌଧୂରୀ ଧନ୍ୟବାଦ ଅର୍ପଣ କରିଥଲେ |

Leave A Reply

Your email address will not be published.