
ନୟାଗଡ : ସ୍କୁଲରେ ଜିଲ୍ଲାପାଳ । ପିଲାମାନଙ୍କୁ ପାଠ ପଢାଇଲେ,ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ,ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ ବି ଖାଇଲେ । କେବଳ ସେତିକି ନୁହେଁ,ନିୟମ ଖିଲାପକାରୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦେଲେ। ନୟାଗଡ ନୂଆଗାଁ ବ୍ଲକ ମହିପୁର ଏବଂ ଚାହାଳି ହାଇସ୍କୁଲରେ ଗତକାଲି ଦେଖିବାକୁ ମିଳିଥିଲା ଏଭଳି ଘଟଣା।ସେଠାରେ ଡିଜିଟାଲ ଶିକ୍ଷା ପ୍ରସାର,କମ୍ପ୍ୟୁଟର ଶିକ୍ଷା ଓ ପାଠପଢା କିପରି ଚାଲିଛି ସେ ନେଇ ପିଲାମାନଙ୍କ ସହ ଆଲୋଚନା କରିଥିଲେ।ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ସାଜି ପାଠ ପଢାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଜିଲ୍ଲାପାଳ।