ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ

youtube

ଗୋପାଳପୁର : ଗୋପାଳପୁର ବେଳାଭୂମି ଠାରେ ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ୨୦୨୫ ଜିଲ୍ଲପାଳ ୱି କୀର୍ତ୍ତି ୱାସନ ଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି l ପ୍ରାଚୀନତମ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ପରମ୍ପରା ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। ଏହି ସ୍ମୃତି ସ୍ୱରୂପ ଓଡ଼ିଆ ଜାତିର ପରମ୍ପରାକୁ ଚିରସ୍ଥାୟୀ କରିବା ଲକ୍ଷ୍ୟ ନେଇ ବୋଇତ ବନ୍ଦାଣ ଉତ୍ସବ ନଭେମ୍ବର ୫ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ଠାରେ ଅନୁଷ୍ଠିତ ହେଉଛି l ଆଜି ପ୍ରାତଃ ୩ଘଟିକାରୁ ସାଧବ ସାଂସ୍କୃତିକ ସମାରୋହ , ମା ମଙ୍ଗଳା ଆରତୀ, ବୋଇତ ନାଟକ , ସାଧବ ଓ ସାଧବଣୀଙ୍କର ବୋଇତ ବନ୍ଦାଣ, ବୋଇତ ଗମନ ଅନୁଷ୍ଠିତ ହୋଇଥିଲା l ପୂର୍ବାହ୍ନ ୧୧ ଘଟିକା ରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅପରାହ୍ନ ୩ ଘଟିକା ରେ ପାରମ୍ପରିକ ପିଠା ପ୍ରତିଯୋଗିତା ହୋଇଥିଲା l ସାନ୍ଧ୍ୟ କାର୍ଯ୍ୟକ୍ରମ ରେ ପ୍ରହଲ୍ଲାଦ ନାଟକ ଓ ସ୍ଥାନୀୟ କଳାକାର ଓ ଓଡ଼ିଶାର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଓଡ଼ିଆ ଗାୟକ ଓ ଗାୟିକା କୁଲଦୀପ ପଟ୍ଟନାୟକ, ଶୀତଳ କୁନମୁନ୍,ପ୍ରିୟଙ୍କା ସ୍ବାଇଁ, ଆଲୋକ କୁନ୍ଦୁ ସଙ୍ଗୀତ ପରିବେଷଣ କରିଥିଲେ l ତତ୍ ସଙ୍ଗେ ସଙ୍ଗେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପଲ୍ଲୀଶ୍ରୀ ମେଳା ପ୍ରଦର୍ଶିତ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର କମିଶନର ପ୍ରଥମେସ ଅରବିନ୍ଦ ରାଜଶିର୍କେ ,ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଆର୍ମୀ କଲେଜର ଲେପ୍ଟନାଣ୍ଟ ଜେନେରାଲ ଆର ସି ଶ୍ରୀକାନ୍ତ, ପ୍ରମୁଖ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.