ଡି.ଏ.ଭି. ଗୁରୁକୁଳ ଚିତ୍ରକୋଣ୍ଡା ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଛାତ୍ରଛାତ୍ରୀଙ୍କ ନୂତନ ଚିନ୍ତାଧାରାର ପ୍ରଦର୍ଶନ

add-all

ଚିତ୍ରକୋଣ୍ଡା: ଆଜି ଡି.ଏ.ଭି. ଗୁରୁକୁଳ ଚିତ୍ରକୋଣ୍ଡା ଆନୁକୂଲ୍ୟରେ ଏକ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୦୫ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୩୭ ଜଣ ଛାତ୍ରଛାତ୍ରୀ ୩୭ ଗୋଟି ଅଭିନବ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ।

ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ‘ଛିଞ୍ଚା ଜଳସେଚନ’, ‘ସୋଲାର ପ୍ୟାନେଲ ମାଧ୍ୟମରେ ବୁନ୍ଦା ଜଳସେଚନ’, ‘ବର୍ଷା ଜଳସଂରକ୍ଷଣ ଓ ପରିଚାଳନା’, ‘ସୋଲାର ସିଟି’, ‘ବୃକ୍ଷ ଓ ଜୀବନ’, ‘ମୃତ୍ତିକାର ବିବିଧକରଣ’, ‘ସବୁଜ ଘର ପରିଚାଳନା’, ‘ଚନ୍ଦ୍ରଯାନ-୩’ ଏବଂ ‘ବର୍ଜ୍ୟବସ୍ତୁ ପରିଚାଳନା’ ଇତ୍ୟାଦି ପ୍ରମୁଖ ଥିଲା, ଯାହା ଉପସ୍ଥିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଏହି ମେଳାରେ ବିଚାରକ ମଣ୍ଡଳୀ ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଚିତ୍ରକୋଣ୍ଡାର ଶିକ୍ଷକ ଶ୍ରୀ ହିମାଂଶୁ ପଣ୍ଡା ଓ ଶିକ୍ଷୟିତ୍ରୀ ସୁଶ୍ରୀ ସୁଜାତା ଖାଲଖୋ ଏବଂ ଟେମ୍ପୋରାରୀ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରିତିପଦ୍ମା ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀ ଦେବେନ୍ଦ୍ର ଦାସ ଯୋଗଦେଇଥିବା ବେଳେ ଅତିଥି ଭାବେ ସି.ଆର୍.ସି.ସି, ଚିତ୍ରକୋଣ୍ଡାର ଶ୍ରୀ ନିରୋଦ କୁମାର ଜେନା ଏବଂ ଡି.ଏ.ଭି. ଗୁରୁକୁଳ ଚିତ୍ରକୋଣ୍ଡାର ସଭାପତି ଶ୍ରୀ ରାମକିଶୋର ସାହୁ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ଅଭିଭାଷଣରେ ଶିକ୍ଷା ଓ ବିଜ୍ଞାନର ପ୍ରଚାର ତଥା ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରତି ଶ୍ରେଣୀରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଏହା ସହିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀମତୀ ରାଜଲକ୍ଷ୍ମୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିକ୍ଷୟିତ୍ରୀ ସୁମିତ୍ରା ନାୟକ, ସରସ୍ୱତୀ ଖରା, ସରସ୍ୱତୀ ପ୍ରଧାନ, ପୁନମ ବାଗ, ରୋଜୀ ସଗରିଆ, ମଞ୍ଜୁଲତା ନାୟକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ସଫଳତାର ସହ ପରିଚାଳନା କରିଥିଲେ। ଏହି ବିଜ୍ଞାନ ମେଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କର ସୃଜନଶୀଳତାକୁ ପ୍ରୋତ୍ସାହିତ କରିଛି।

ad-week
Leave A Reply

Your email address will not be published.