ମନ୍ତ୍ରୀ ଓ ବାବୁ ମାନଙ୍କ ଆଶ୍ରିବାଦ ଯୋଗୁ ଜିଲ୍ଲାରେ ମୋରମ ମାଫିଆ ସକ୍ରିୟ ..!
ଦିନ ଦିପହରେ ହେଉଛି ଲୁଟ ବାବୁ ମାନେ ବଟି ଖାଇ ମସଗୁଲ…

ସରକାର ଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନି ବାବୁ ମାନେ ମାଲେ ମାଲ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକରେ ପ୍ରତିଦିନ ସହ ସହ ଗାଡ଼ିରେ ମୋରମ ଲୁଟ ହେଉଛି। ଏହି ଲୁଟ ପଛରେ ରାଜସ୍ୱ ଓ ଖଣି ବିଭାଗ ପକ୍ଷରୁ ମୋରମ ମାଫିଆ ମାନଙ୍କୁ ସମ୍ପୂର୍ଣ୍ଣ ଛୁଟ ମିଳିଛି। ରାୟଲଟି ର ଆଳ ଓ ସାମାନ୍ୟ ରାୟଲଟି ଦେଇ ସହ ସହ ଗାଡ଼ି ମୋରମ ଲୁଟୁ ଛନ୍ତି ମାଫିଆ ମାନେ। ରାୟଲଟି କଟା ଯାଇଥିବାର ଆଳ କରି ରାଜସ୍ୱ ଓ ଖଣି ବିଭାଗ ଚୁପଚାପ ବସି ରହୁଛି। ସବୁବେଳେ ଅଭିଯୋଗ ହେଲେ ରାୟଲଟି ର ଆଳ ଦେଖାଇ ବାବୁ ମାନେ ସଫେଇ ଦିଅନ୍ତି। ଜିଲ୍ଲାର ପୁରୁଷୋତ୍ତମପୁର, କନିସି, କୁକୁଡାଖଣ୍ଡି, ଚିକିଟି, ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର, ବୁଗୁଡ଼ା, ଭଞ୍ଜନଗର, ଆସିକା ଆଦି ତହସିଲ ଅଞ୍ଚଳ ରେ ମୋରମ ଲୁଟ ହେଉଥିବାର ନଜିର ରହିଛି। “ସବ୍ ମାଲିକ୍ ଏକ” ଭଳି ଜିଲ୍ଲାର ମନ୍ତ୍ରୀଙ୍କୁ ବିରୋଧୀ ପକ୍ଷରୁ ଉଙ୍ଗୁଳି ନିର୍ଦ୍ଧେଶ କରାଯାଉଥିବା ଆଲୋଚନା ହେଲାଣି। ଲୋକେ ବାରମ୍ବାର ବିରୋଧ କରୁଛନ୍ତି ଯାହା ଫଳରେ ମାଫିଆ ମାନଙ୍କ ନାଲି ଆଖି ଏପରିକି ମିଳୁଛି ଜୀବନରେ ମାରି ଦେବାକୁ ଧମକ l ପ୍ରଶାସନ କୁ ଅବଗତ କଲେ ମିଳୁନି କିଛି ଲାଭ l ଅଭିଯୋଗ କରିବାକୁ ବାବୁ ମାନଙ୍କୁ ଫୋନ କଲେ ଫୋନ ଉଠାଇବା କୁ ସମୟ ନାହିଁ l ତେଣୁ ଅଭିଯୋଗ କରିବେ କାହାକୁ ବୋଲି ପ୍ରଶ୍ନ ଉଠୁଛି l ମାଇନିଙ୍ଗ ଅଫିସର ମାନେ ମନ୍ତ୍ରୀ ଙ୍କ ଏଜେଣ୍ଟ ସାଜିଛନ୍ତି ବୋଲି ଅଭିଯୋଗ ଆସୁଛି l ତହସିଲଦାର ଙ୍କ ପାଖରେ ଏପରି ଲୁଟ ବିଷୟରେ କୌଣସି ଖବର ନାହିଁ ବୋଲି କହିବା ଶୁଣିବାକୁ ମିଳୁଛି l ତହସିଲଦାର ଓ ମାଇନିଙ୍ଗ ଅଫିସର ମାନଙ୍କ ମିଲି ଭଗତ ରେ ଏପରି ମୋରମ ଲୁଟ ହେଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି l ପୋଲିସ କିମ୍ବା ଆର ଟି ଓ ଏପରି ମୋରମ ଗାଡି ଯାଞ୍ଚ କରିବା କୌଣସି ନଜିର ନାହିଁ l ସେମାନେ କୁହନ୍ତି ପଣସ ଖାଇବ କିଏ ଅଠା ଆମ ମୁଣ୍ଡରେ ବୋଲି ଦାୟିତ୍ୱ ହୀନ ମନ୍ତବ୍ୟ ଦେଉଥିବା ବି ଅଭିଯୋଗ ଆସୁଛି l କିଛି ଗାଡି ର ଫିଟନେସ କିମ୍ବା କାଗଜ ପତ୍ର ବି ଯାଞ୍ଚ କରାଯାଉନି ବୋଲି ଅଭିଯୋଗ ଉଠୁଛି l ଏପଟେ କୋଟି କୋଟି ଟଙ୍କାର ରହସ୍ୱ କ୍ଷତି ହେଉଛି ସରକାର ଙ୍କ କିନ୍ତୁ ବାବୁ ମାନଙ୍କ ଦିନକୁ ଦିନ ରାଜସ୍ବ ବଢ଼ିବାରେ ଲାଗିଛି l ଜିଲ୍ଲାର ଅନେକ ମୋରମ ପାହାଡ଼ ବିଲୁପ୍ତ ହେବାକୁ ବସିଲାଣି, ସୂଚନା ଥାଉକି ଜିଲ୍ଲାର ପୁରୁଷୋତ୍ତମପୁର, କନିସି, କୁକୁଡାଖଣ୍ଡି, ଚିକିଟି, ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର, ବୁଗୁଡ଼ା, ଭଞ୍ଜନଗର, ଆସିକା ଆଦି ତହସିଲ ଅଞ୍ଚଳ ରେ ମୋରମ ବେଧଡ଼କ ମାଫିଆ ମାନଙ୍କ ଦ୍ଵାରା ଲୁଟ ହେଉଛି ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l