
ରାଇକିଆ : ଶନିବାର କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ରାଇକିଆ ପୁଲିସ ଓ ରାଜସ୍ୱ ବିଭାଗ ମିଳିତ ଚଢ଼ଉ କରି ସୁଗୁଡବାଡି ପଞ୍ଚାୟତ ନାହୁଡିମାହା ଅଞ୍ଚଳରେ ଥିବା ଗ୍ରାମ୍ୟ ଜଙ୍ଗଲ ଓ ନିକଟ ପାହାଡ଼ର ଚାଷ ହୋଇଥିବା ପ୍ରାୟ ୨୫ ଏକରର ଜମିରେ ୨୫୦୦୦ ହଜାର ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଂଜେଇ ଗଛର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ସୂଚନା ଦିଆଯାଇଛି । ଏହି ଚଢଉରେ ରାଇକିଆ ଥାନା ଅଧିକାରୀ ଆଶୁତୋଷ ପାଇକରାୟ , ରାଇକିଆ ତହସିଲଦାର ବରିଆଲ ମୁର୍ମୁଙ୍କ ସମେତ ଅବକାରୀ ବିଭାଗ , ବନ ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସ ବାହିନୀ ସାମିଲ୍ ଥିଲେ । ରାଇକିଆ ପୋଲିସ କେସ ନମ୍ବର ୨୫୮/୨୦୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।