ଚିତ୍ରକୋଣ୍ଡା ଠାରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ: ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ

youtube

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପକ୍ଷରୁ ସାଇବର ଅପରାଧ ଉପରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆଜି ଚିତ୍ରକୋଣ୍ଡା ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ସାଇବର ଠକାମୀର ଶିକାରରୁ ଲୋକଙ୍କୁ କିଭଳି ରକ୍ଷା କରାଯାଇପାରିବ, ସେହି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା।

ଏଥିରେ ଚିତ୍ରକୋଣ୍ଡାର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଇବର ଠକେଇର ସତର୍କତା ଏବଂ ସାଇବର ସୁରକ୍ଷା ପାଇଁ କିଭଳି ପୋଲିସର ସାହାଯ୍ୟ ନେଇପାରିବେ ସେ ବାବଦରେ ବାର୍ତ୍ତା ପ୍ରଦାନ କରିଥିଲେ। ସେମାନେ ଓଡ଼ିଶା ପୋଲିସ ଦ୍ୱାରା ଜାରି କରାଯାଇଥିବା ହେଲ୍ପଲାଇନ ନମ୍ବର ୧୯୩୦ ଉପରେ ଗୁରୁତ୍ୱାରୋପ କରି ଅଭିଯୋଗ ଦାଖଲ କରିବା ସହିତ ସମସ୍ତ ପ୍ରକାର ସହଯୋଗ ପାଇପାରିବେ ବୋଲି ଜଣାଇଥିଲେ।

ଏହା ପରେ ଛାତ୍ରୀମାନେ ସାଇବର ସୁରକ୍ଷା ଉପରେ ଆଧାରିତ ଏକ ନୃତ୍ୟ ଓ ଡେନ୍ସ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ, ଯାହା ଉପସ୍ଥିତ ସମସ୍ତଙ୍କୁ ମନୋରଞ୍ଜନ କରିବା ସହ ସଚେତନ କରିଥିଲା।

ପୋଲିସ ପ୍ରଶାସନ ତରଫରୁ ଚିତ୍ରକୋଣ୍ଡାର ସମ୍ମାନିତ ଅତିଥିଙ୍କ ସମେତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ହଣ୍ଡାଳି, ଚିତ୍ରକୋଣ୍ଡା +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ଦାସ, ବଡପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଗିରିଜା ଶଙ୍କର ପାଣି, ଚିତ୍ରକୋଣ୍ଡା ବରିଷ୍ଠ ନାଗରିକ ଏମ. ଚିରଞ୍ଜିବି ଏବଂ ଧୀରଜ ବିଶ୍ୱାସ ପ୍ରମୁଖ ଯୋଗ ଦେଇଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମ ଲୋକଙ୍କୁ, ବିଶେଷ କରି ଯୁବପିଢ଼ିଙ୍କୁ ସାଇବର ଅପରାଧରୁ ଦୂରେଇ ରହିବା ପାଇଁ ଅତ୍ୟନ୍ତ ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.