ଆଇଏସଆଇଏସର ମଡ୍ୟୁଲର ତିନି ଆତଙ୍କବାଦୀ ଗିରଫ

newyr25

ନୂଆଦିଲ୍ଲୀ: ଗୁଜରାଟରୁ ଆଇଏସଆଇଏସର ମଡ୍ୟୁଲର ତିନି ଆତଙ୍କବାଦୀ ଗିରଫ। ଗୁଜରାଟ ଏଟିଏସ ଓ କେନ୍ଦ୍ରୀୟ ଏଜେନସୀର ମିଳିତ ଅଭିଯାନରେ ତିନି ଜଣଙ୍କୁ ଗିରଉ କରାଯାଇଛି । ଏହି ତିନି ଆତଙ୍କବାଦୀ ଇସଲାମିକ ଷ୍ଟେଟ ଅଫ ଖୋରାସାନ ପ୍ରୋଭିଏନସର ଆତଙ୍କବାଦୀଙ୍କ ସଂପର୍କରେ ଥିବା ସୂଚନା ଦେଇଛି ଗୁଜରାଟ ଏଟିଏସ । ଏମାନେ ଅହମଦାବାଦ, ଲକ୍ଷ୍ନୌ ଓ ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଗୁଇନ୍ଦା ସୂଚନା ମିଳିବା ପରେ ପ୍ରାୟ ଏକ ବର୍ଷ ତଳୁ ଏମାନଙ୍କ ଉପରେ ନଜର ରଖିଥିଲା ଏଟିଏସ । ତିନି ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଡାକ୍ତର ରହିଛି । ହାଇଦ୍ରାବାଦର ବାସିନ୍ଦା ଅହମ୍ମଦ ମୋଇଉଦ୍ଦିନ ଚୀନରୁ ଏମବିବିଏସ ପାସ କରିଛି । ତାଙ୍କ ଅନ୍ୟ ସହଯୋଗୀ ସୁହେଲ ଓ ଆଜାଦ ସୈଫୀ । ବିଦେଶର ଆତଙ୍କବାଦୀଙ୍କ ସହ ମୋଇଉଦ୍ଦିନ ସଂପର୍କରେ ଥିବା ନେଇ ଗତ କିଛି ମାସ ଧରି ସୂଚନା ମିଳିଥିଲା ।

ଏମାନେ ଆଇଏସକେପିର ଦୁଇ ଅଲଗା ଅଲଗା ମଡ୍ୟୁଲ ସହ ଜଡ଼ିତ ବୋଲି ଜଣାପଡ଼ିଛି । ଅହମଦକୁ ଦୁଇ ଦିନ ତଳେ ଅଡାଲଡ ଟୋଲ ପ୍ଲାଜା ନିକଟରୁ କାବୁ କରାଯାଇଥିଲା । ତା କାରରୁ ବହୁ ଅସ୍ତ୍ରଶସ୍ତ୍ର ସହ ଲିକ୍ୟୁଇଡ କେମିକାଲ ଜବତ କରାଯାଇଥିଲା । ଏମାନେ ତିନି ପ୍ରମୁଖ ସହରରେ ଆତଙ୍କବାଦୀ ଆକ୍ରମଣ ପାଇଁ ରେକି କରିଥିବା ଏଟିଏସ କହିଛି । ଏମାନେ ରାଇଜିନ ନାମକ ଏକ ଅତ୍ୟନ୍ତ ବିଷାକ୍ତ ତରଳ ପଦାର୍ଥ ପ୍ରସ୍ତୁତ କରିଥିଲେ । ଏହା ସିଆନାଇଡ ଠାରୁ ଆହୁରି ବିପଦଜନକ ବୋଲି ଜଣାପଡ଼ିଛି । ଏମାନେ ଏହାକୁ କିଭଳି ଭାବେ ବ୍ୟବହାର କରିଥାନ୍ତେ, ତାର ଯାଞ୍ଚ ଆରମ୍ଭ ହୋଇଛି ।

Leave A Reply

Your email address will not be published.