
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆସନ୍ତା ୧୫ ତାରିଖରେ ସ୍ଥାନୀୟ ମହୋତ୍ସବ ପଡ଼ିଆରେ ଆୟୋଜିତ ହେବ।ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଅନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ, ଚାଷୀ ବିଶେଷଜ୍ଞଙ୍କ ଦ୍ଵାରା ଆଲୋଚନା ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶରେ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିବାର ଯୋଜନା ରହିଛି।ସ୍ଥାନୀୟ ଅଂଚଳର ପ୍ରାଣୀ ପାଳକ ଓ ମତ୍ସ୍ୟ ଚାଷୀ ଭାଇ ଓ ଭଉଣୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାର ସୁଫଳ ଅର୍ଜନ କରନ୍ତୁ ବୋଲି ଓଡ଼ଗାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରକାଶ ଚନ୍ଦ୍ର ପଣ୍ଡିତ ସୂଚନା ଦେଇଛନ୍ତି ।