ସିଟିଏସ ସର୍ଭେ ପ୍ରାପ୍ୟ ପାଇନାହାନ୍ତି ଶିକ୍ଷକ ! ଦାୟୀ କିଏ ?

add-all

କୋରାପୁଟ/କୋଟପାଡ଼ : ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗର ତତ୍କାଳୀନ କମିଶନର ତଥା ସଚିବଙ୍କ ଚିଠି ନମ୍ବର-5094/2025 ତାରିଖ-29/04/2025, ଅନୁଯାୟୀ ଅଧାରୁ ପାଠପଢ଼ା ଛାଡ଼ିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ ତଥା ପାଠପଢ଼ାର ମୁଖ୍ୟସ୍ରୋତରେ ସାମିଲ୍ କରିବାର ଚିନ୍ତାଧାରାକୁ ନେଇ ଏକ ସର୍ଭେ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ କୋରାପୁଟ ଜ଼ିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇ ସର୍ଭେ କାର୍ଯ୍ୟ କରାଯାଇଥିବା ଖବର ହସ୍ତଗତ ହୋଇଛି।

ପ୍ରଚଣ୍ଡ ଖରାର ପ୍ରକୋପକୁବି ସହ୍ୟକରି ଶିକ୍ଷକ ଶିକ୍ଷୟିତ୍ରୀମାନେ ଘରଘର ବୁଲି ସର୍ଭେ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିଥିବା ମଧ୍ୟ ଜଣାପଡିଛି। ସର୍ଭେ କାର୍ଯ୍ୟ ସଂପାଦନ ପରେ ଘର ପିଛା ୫ ଟଙ୍କା ପ୍ରାପ୍ୟ ପ୍ରଦାନ କରିବାର ଚିଠି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାଶ ନିଜ ଚିଠି ନମ୍ବର-5428/କ୍ଯୁଏଲ /13/05/2025, ଅନୁଯାୟୀ ପ୍ରଦାନ କରିବାର ନିର୍ଦ୍ଦେଶନାମା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କୁ ପ୍ରେରଣ କରିଥିବାର ବେଳେ ଦୀର୍ଘ ୬ମାସରୁ ଉର୍ଦ୍ଧ୍ବ ସମୟ ଅତିବାହିତ ହୋଇଯାଇଛି l ଏହା ସତ୍ତ୍ୱେ କୋଟପାଡ଼ ବ୍ଲକରେ ସର୍ଭେ କାର୍ଯ୍ୟ ସଫଳତାର ସହ ସମ୍ପାଦନା କରିଥିବା କୈଣସି ଶିକ୍ଷକ ଶିକ୍ଷୟତ୍ରୀମାନେ ସେମାନଙ୍କ ପ୍ରାପ୍ୟ ପାଇନଥିବାକୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମହଲରେ ଗଭୀର ଅସନ୍ତୋଷର ଖବର ଶୁଣିବାକୁ ମିଳିଛି।
ଏଠାରେ ପ୍ରକାଶଯୋଗ୍ୟ ଯେ କୋଟପାଡ଼ ବ୍ଲକରେ କାର୍ଯ୍ୟରତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହେଇଆସୁଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରାପ୍ୟ ଏହି ଖବର ପ୍ରସାରଣ ପରେ କେବେ ପାଉଛନ୍ତି ଦେଖିବାକୁ ବାକି ରହିଲା l ଛଅ ମାସ ବିତିଯାଇଥିବା ସତ୍ତ୍ୱେଭି, ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ ପ୍ରାପ୍ୟ ପାଇନଥିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି ହୋଇଛି l ଜ଼ିଲ୍ଲା କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଏହାଉପରେ ତଦନ୍ତ କରାଗଲେ ପ୍ରକୃତରେ ପ୍ରାପ୍ୟ ନପାଇବା ପାଇଁ ଦାୟୀ କିଏ… ଲୋକଲୋଚନକୁ ଆସିପାରନ୍ତା ।

ad-week
Leave A Reply

Your email address will not be published.