ପୁଟସିଲରେ ଇକୋ ରିଟ୍ରେଟ ଉଦଘାଟିତ

add-all

କୋରାପୁଟ/କୋଟପାଡ଼ : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତ ସ୍ଥିତ ପର୍ଯ୍ୟଟନସ୍ଥଳି ପୁଟସିଲ ଠାରେ ଇକୋ ରିଟ୍ରେଟ ୨୦୨୫ର ଆଭାସୀ ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି । ଏଠାରେ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ସେମିଳିଗୁଡା ଗୋଷ୍ଠୀ ଉନୟନ ଅଧିକାରୀ ଜସ୍ମିନ କୁମାର ପ୍ରଧାନ, ତହସିଲଦାର ଦେବବ୍ରତ କରାଟି, ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ,ଦୁଧାରୀ ସମିତି ସଭ୍ୟ ସୁଷମା ପାଙ୍ଗି, ସରପଞ୍ଚ ମାଧବ ନନ୍ଦିବାଲୀ, ଜିଲ୍ଲା ପରିଷଦ ସଭ୍ୟ ମୋହନ ଜାନି ଉପସ୍ଥିତ ଥିଲେ l


ଏହି ଇକୋ ରିଟ୍ରେଟ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଫେବୃୟାରୀ ମାସ ପର୍ଯ୍ୟନ୍ତ ଖୋଲା ରହିବ । ଏଠାରେ ପଞ୍ଚତାରକl ହୋଟେଲ ଭଳି ସୁବିଧା ପର୍ଯ୍ୟଟକ ମାନେ ପାଇପାରିବେ, ସମୁଦାୟ ୨୫ଟି ସୁଟ ଉପଲବ୍ଧ ରହିଛି ଯାହା ପଞ୍ଚତାରକl ହୋଟେଲର ସୁବିଧା ପର୍ଯ୍ୟଟକ ମାନେ ପାଇପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।


ଏହି କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୟଦ ସବୀର ସାହାଙ୍କ ଦ୍ୱାରା ପରିଚାଳନା କରିଯାଇଥିଲା ।

ad-week
Leave A Reply

Your email address will not be published.