ଓଡି ୨.୦ – ଟ୍ରେକିଂ ଅଭିଯାନ ଜରିଆରେ ଓଡ଼ିଶାର ଚାରି ଟାଟା ପାୱାର ଡିସକମ୍ ହେଲେ ଏକାଠି

youtube

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଓଡି ୨.୦ – ଟ୍ରେକିଂ ଆରମ୍ଭ ହୋଇଛି। ଏହି ଦୁଃସାହସିକ ଟ୍ରେକିଂ ଅଭିଯାନ ଦୁଇଦିନ ଧରି ଅନୁଷ୍ଠିତ ହେବ। ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତରେ ଏହା ଆରମ୍ଭ ହୋଇଛି। ଏହା ଆସନ୍ତାକାଲି ଶେଷ ହେବ। ଏଥିରେ ଓଡ଼ିଶାର ବିଦ୍ୟୁତ ବଣ୍ଟନର ଦାୟିତ୍ଵରେ ଥିବା ଚାରୋଟି ଡିସକମ୍ ତଥା ଟିପିଏସ୍ଓଡିଏଲ୍, ଟିପିଏନ୍ଓଡିଏଲ୍, ଟିପିଡବ୍ଲ୍ୟୁଓଡିଏଲ୍ ଓ ଟିପିସିଓଡିଏଲ୍ ର ୪୫ଜଣ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ। ପ୍ରତି ଡିସକମ୍ ୧୦ଜଣ ଅଂଶଗ୍ରହଣକାରୀଙ୍କୁ ମନୋନୀତ କରିଥିବା ବେଳେ ବାକି ୫ଜଣ କ୍ରୀଡ଼ା ଦଳରୁ ମନୋନୀତ ହୋଇଥିଲେ।

ଅଭିଯାନର ପ୍ରଥମ ଦିନରେ ୫ କିଲୋମିଟର ଟ୍ରେକିଙ୍ଗ୍ ଟ୍ରେଲ୍ ରହିଥିଲା। ପରେ ଆସନ୍ତାକାଲି ପାଇଁ ରାପେଲିଙ୍ଗ୍ ଏବଂ ରକ୍-କ୍ଲାଇମ୍ବିଙ୍ଗ୍ କାର୍ଯ୍ୟକ୍ରମ ବିଷୟରେ ବୁଝା ଯାଇଥିଲା। ଓଡି ୨.୦ ସହନଶୀଳତା, ଦଳଗତ କାର୍ଯ୍ୟ ପ୍ରଦର୍ଶନ, ପରିସ୍ଥିତି ସମ୍ପର୍କରେ ସଚେତନତା, ଫିଟନେସକୁ ଗୁରୁତ୍ୱ ଦେବା ଏବଂ ଅନ୍ତଃକମ୍ପାନୀ ମଧ୍ୟରେ ଥିବା ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ।

ଏହି ଅବସରରେ କାର୍ଯ୍ୟକ୍ରମକୁ ଓଡ଼ିଶା ଡିସକମର ସିଇଓମାନେ ଯୁଗ୍ମ ଭାବରେ ଉଦଘାଟନ କରିଛନ୍ତି। ଶ୍ରୀ ଗଜାନନ କାଲେ, ଶ୍ରୀଯୁକ୍ତ ଗଜାନନ କାଲେ, ମୁଖ୍ୟ – ଓଡିଶା ବିଦ୍ୟୁତ ବିତରଣ ବ୍ୟାପାର ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଟିପିଏନଓଡିଏଲ, ଶ୍ରୀ ଅମିତ କୁମାର ଗର୍ଗ, ସିଇଓ – ଟିପିଏସ୍ଓଡିଏଲ୍, ଶ୍ରୀ ଅରବିନ୍ଦ ସିଂହ, ସିଇଓ – ଟିପିସିଓଡିଏଲ୍ ଏବଂ ଶ୍ରୀ ପ୍ରବୀଣ ବର୍ମା, ସିଇଓ – ଟିପିଡବ୍ଲୁଓଡିଏଲ୍ ଏଥିରେ ଉପସ୍ଥିତ ଥିଲେ। କର୍ମଚାରୀଙ୍କ ଉନ୍ନତି, ସେମାନଙ୍କର ମଙ୍ଗଳ ଏବଂ ଅନ୍ତଃକମ୍ପାନୀ ମଧ୍ୟରେ ଥିବା ସହଯୋଗକୁ ଆହୁରି ଦୃଢ଼ କରିବା ପାଇଁ ଏବଂ କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏହି ଅବସରରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଓଡି ୨.୦ କେବଳ ଏକ ଦୁଃସାହସିକ ଅଭିଯାନ ନୁହେଁ। ଏହା ଆମର ଓଡିଶା ଡିସକମ୍ ପରିବାର ମଧ୍ୟରେ ଦଳଗତ କାର୍ଯ୍ୟ, ସାହସ ଏବଂ ସହଯୋଗର ଏକ ଉତ୍ସବ। ଏଭଳି ପ୍ଲାଟଫର୍ମ ଆମର ଏକତା ଏବଂ ଲକ୍ଷ୍ୟକୁ ଦୃଢ଼ କରେ ଓ ଏଥିସହିତ ନେତୃତ୍ୱ ନେବାର କଳା ଓ କୌଶଳକୁ ପ୍ରୋତ୍ସାହନ ଯୋଗାଇଥାଏ ଯାହା ଓଡ଼ିଶାର ଜନସାଧାରଣଙ୍କ ସେବା କରିବାରେ ସହାୟକ ହେବ। ଟିପିଏସଓଡିଏଲ୍‌ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ଆମେ ଗର୍ବିତ ଏବଂ ଶାରୀରିକ ଫିଟନେସ୍, ମାନସିକ ସ୍ତରରେ ସହନଶୀଳତା ଏବଂ ଏକତାର ଭାବନାକୁ ପ୍ରୋତ୍ସାହିତ କରୁଥିବା ଭଳି ଉଦ୍ୟମକୁ ଆମେ ଆଗେଇ ନେବାକୁ ଚାହୁଁଛୁ।’

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଟ୍ରେକିଂ ସମ୍ବନ୍ଧରେ ପିୟର୍ ଲର୍ଣ୍ଣିଙ୍ଗ୍ ଅନୁଭବ, ସ୍ଥାନୀୟ ଗାଇଡ୍‌ମାନଙ୍କ ସହ ଆଲୋଚନା ଏବଂ ଆହ୍ୱାନମୂଳକ ପରିବେଶରେ ନେତୃତ୍ୱ ଉପରେ ଚିନ୍ତାମୂଳକ ଆଲୋଚନାରେ ସାମିଲ ହେଉଛନ୍ତି। ଏହି ଉଦ୍ୟମ ଚାରି ଡିସକମ୍‌ର ଅଧିକାରୀମାନଙ୍କ ମଧ୍ୟରେ ସାଙ୍ଗଠନିକତା ଏବଂ ସହଯୋଗକୁ ପ୍ରୋତ୍ସାହିତ କରୁଛି, ଉନ୍ନତ ଦଳଗତ କାର୍ଯ୍ୟ ଏବଂ ଅପରେସନାଲ୍ ଉତ୍କର୍ଷତା ପାଇଁ ପଥ ପ୍ରଶସ୍ତ କରୁଛି।

ଏହି ଅବସରରେ ଟିପିଏସ୍ଓଡିଏଲ୍ ସମସ୍ତ ଅଂଶଗ୍ରହଣକାରୀ, ଆୟୋଜକ, ସେଫ୍ଟି ଟିମ୍ ଏବଂ ସହାୟକ କର୍ମଚାରୀଙ୍କୁ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ କୃତଜ୍ଞତା ଜ୍ଞାପନ କରିଛି। କମ୍ପାନୀ କ୍ରୀଡ଼ା, ଏବଂ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଓ ନେତୃତ୍ୱ ବିକାଶ ମାଧ୍ୟମରେ କର୍ମଚାରୀଙ୍କ ଉନ୍ନତି ଏବଂ ମଙ୍ଗଳକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ରହିଛି।

ଓଡି ୨.୦ ଉତ୍ସାହ ଏବଂ ଉଚ୍ଚ ଉଦ୍ଦୀପନା ସହିତ ଚାଲୁ ରହିଛି। ସହନଶୀଳତା, ଏକତା ଏବଂ ଟାଟା ପାୱାର ଓଡିଶା ଡିସକମ୍ ମଧ୍ୟରେ ଭ୍ରାତୃତ୍ୱଭାବ ବଜାୟ ରଖିବା ପାଇଁ ଏହି ପ୍ରୟାସ ବିଶେଷ ଭାବରେ ସହାୟକ ହେବ।

Leave A Reply

Your email address will not be published.