
ବଣାଇ : ବଣାଇ ବ୍ଲକ ଅନ୍ତର୍ଗତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଆଜି ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଯୁଗ୍ମ ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୋଟ 77 ଗୋଟି ଅଭିଯୋଗ ଆଗତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତି ଗତ ଭାବେ 32 ଟି, ଦଳଗତ ଭାବରେ 40 ଗୋଟି ଓ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ 5 ଜଣକୁ ସହାୟତା ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ଆସିଥିଲା l ସେଥି ମଧ୍ୟରୁ 9 ଗୋଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା l
ବ୍ୟକ୍ତିଗତ ଭାବେ କେନ୍ଦ୍ରିକଳା ଗ୍ରାମରେ ନିର୍ମାଣ ହୋଇଥିବା ଡ୍ରେନ ମରାମତି ଓ ସଫା କାର୍ଯ୍ୟକୁ ବିଲ କରିବା , ଦଳଗତ ଅଭିଯୋଗ ମଧ୍ୟରେ ପାନୀୟ ଜଳ ସମସ୍ୟା, ବିଜୁଳି ସମସ୍ୟା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହେଉଥିବା ବିରୁଦ୍ଧରେ, ପାନୀୟ ଜଳ ଯୋଗାଣର ସୁ ବ୍ୟବସ୍ଥା, ବିଦ୍ୟୁତ୍ ସଂଯୋଗୀକରଣ , ଚାଷ ପାଇଁ ଜଳସେଚନ ସୁବିଧା ନିମନ୍ତେ ଜନ ସାଧାରଣ ଅଭିଯୋଗ କରିଥିଲେ । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେକୃଷ୍ଣ ମାଝୀ, ବଣାଇ ଉପ ଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ସ୍ୱଦୀପ ଟପ୍ପୋ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ଶଙ୍କର ଜୟପୁରିଆ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଜନ ସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ l