ଜନଜାତି ଗୌରବ ଦିବସ ପାଳିତ

youtube

ବଣାଇ : ବଣାଇ ବ୍ଲକ ଅନ୍ତର୍ଗତ ବକୁଳି ଡ଼ିହି ଠାରେ ବନବାସୀ ଶବରୀ କନ୍ୟା ଆଶ୍ରମ ଦେଓଗାଁ ବଣାଇ ଗଡ଼ ଆନୁକୂଲ୍ୟରେ ଭଗବାନ ବିର୍ସା ମୁଣ୍ଡାଙ୍କର 150 ତମ ଜନ୍ମ ଜୟନ୍ତୀ ଅବସରରେ ଜନଜାତି ଗୌରବ ଦିବସ ପାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଦିନମଣୀ କିସାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବ୍ୟକ୍ତା ଭାବରେ ବନବାସୀ କଲ୍ୟାଣ ଆଶ୍ରମର ଜନଜାତି ସୁରକ୍ଷା ମଞ୍ଚର ଜ଼ିଲ୍ଲା ସମ୍ପାଦକ ତଥା ରାଉରକେଲା ଷ୍ଟିଲ ପ୍ଲାଣ୍ଟ କନିଷ୍ଠ ଯନ୍ତ୍ରୀ ଦାମ ତୀର୍କୀ, ସମ୍ମାନିତ ଅତିଥି ଭାବରେ ବିଶ୍ୱ ହିନ୍ଦୁ ପରିଷଦ ଜ଼ିଲ୍ଲା ସଂଗଠକ ହେମନ୍ତ ଓରାମ, ଗ୍ରାମ ମୁଖିଆ ରମାକାନ୍ତ ମୁଣ୍ଡା, କଳାକାର ପ୍ରମୁଖ ଶହରାଇ ମୁଣ୍ଡା, କାହ୍ନୁ ମୁଣ୍ଡା, ଶ୍ରୀମତୀ ସିନି ମୁଣ୍ଡା ଉପସ୍ଥିତ ହୋଇ ଦ୍ବୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ l

ମଞ୍ଚାସିନ ଅତିଥି ଗଣ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଜନଜାତିର ସୁରକ୍ଷା, ଏକତା ଉପରେ ବ୍ୟକ୍ତବ୍ୟ ମାଧ୍ୟମରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଆଦିବାସୀ ଜନଜାତିର ସାହସ୍ରାଧିକ ମହିଳା ଓ ପୁରୁଷ ଯୋଗ ଦେଇ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶବରୀ କନ୍ୟାଶ୍ରମ ସମିତିର ସଭ୍ୟ ସଭ୍ୟା ସୁଚାରୁରୂପେ ପରିଚାଳନା କରିଥିଲେ l

Leave A Reply

Your email address will not be published.