ମହମ୍ମଦ ସିଦ୍ଦିକିଙ୍କ ଘର ଉପରେ ବୁଲିବ ବୁଲଡୋଜର, ୩ ଦିନରେ ଖାଲି କରିବାକୁ ନୋଟିସ

youtube

ନୂଆଦିଲ୍ଲୀ : ଅଲ୍-ଫଲାହ ୟୁନିଭର୍ସିଟି ମାଲିକଙ୍କ ଘର ଉପରେ ବୁଲିବ ବୁଲଡୋଜର । ଭାଙ୍ଗିବ ମଧ୍ୟପ୍ରଦେଶରେ ଥିବା ପୈତୃକ ଘର । ଘର ଭାଙ୍ଗିବାକୁ ଜାରି ହେଲା ନୋଟିସ । ଆତଙ୍କବାଦ ଓ ଠକେଇ ତଦନ୍ତ ମଧ୍ୟରେ ଉଚ୍ଛେଦ ନୋଟିସ୍ ଜାରି ହୋଇଛି ।

ମଧ୍ୟପ୍ରଦେଶର ମହୋ କ୍ୟାଣ୍ଟନମେଣ୍ଟ ବୋର୍ଡ (MCB) ଅଲ୍- ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ମହମ୍ମଦ ଜାୱାଦ ଅହମ୍ମଦ ସିଦ୍ଦିକିଙ୍କ ପୈତୃକ ଘର ଭାଙ୍ଗିବା ପାଇଁ ନୋଟିସ୍ ଜାରି କରିଛି । ମୁକେରୀ ମୋହଲ୍ଲାରେ ଥିବା ବ୍ରିଟିଶ ଅମଳର ସମ୍ପତ୍ତିରେ ୩୦ ବର୍ଷ ପୁରୁଣା ନିୟମ ଉଲ୍ଲଂଘନ କରାଯାଇ, ଅନୁମୋଦିତ ସୀମାଠାରୁ ଅଧିକ ବେସମେଣ୍ଟ ଏବଂ ଚାରୋଟି ଅତିରିକ୍ତ ମହଲା ବେଆଇନ ଭାବେ ନିର୍ମାଣ କରାଯାଇଛି । ଏହି ଘରକୁ ତିନି ଦିନ ମଧ୍ୟରେ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଚେତ୍ ବୋର୍ଡ ନିଜ ଖର୍ଚ୍ଚରେ ଏହାକୁ ଭାଙ୍ଗିବ ଏବଂ ଏହାର ଖର୍ଚ୍ଚ ଦଖଲକାରୀଙ୍କୁ ବହନ କରିବାକୁ ପଡିବ ।

ନୋଟିସ ଅନୁସାରେ ନିର୍ଦ୍ଧାରିତ ୩ ଦିନ ସମୟ ମଧ୍ୟରେ ଅବୈଧ ନିର୍ମାଣକୁ ନିଜେ ହଟାଇବେ, ନଚେତ ବୋଡର୍ ପକ୍ଷରୁ ନିଜ ବାଟରେ ଜେସିବି ମାଧ୍ୟମରେ ଘର ଭଙ୍ଗାଯିବ ।

ଦେଶରେ ଆତଙ୍କ ଖେଳାଇବା ପାଇଁ ଅଲ-ଫଲାହ ୟୁନିଭର୍ସିଟିରେ ହୋଇଥିବା ମାଷ୍ଟର ପ୍ଲାନ ଧରା ପଡ଼ିବା ପରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.