ଭାଙ୍ଗ ଖାଇ କେନ୍ଦୁପଦର ବେଆଇନ ଘାଟରୁ ବାଲି ଗାଡ଼ି ଧରିଥିଲା କି ପ୍ରଶାସନ…??

ଜବତ ଗାଡ଼ିରୁ ବାଲି ଉଭାନ ହେଉଛି କେମିତି…..

youtube

ଫିକ୍ସଙ୍ଗ ପରେ ଗାଡ଼ି ଛାଡିବା ପାଇଁ ଖଣି ବିଭାଗର ନିର୍ଦ୍ଧେଶ ଏଠାରେ ପୋଲିସ ହେଉଛି ଜଳକା..!
ବ୍ରହ୍ମପୁର: ଧର ଧର ଛାଡ଼ ଛାଡ଼ ନୀତିରେ ଖଣି ବିଭାଗ। ଗଞ୍ଜାମ ଜିଲ୍ଲାରେ ବେଧଡକ ଚୋରା ବାଲି ଚାଲାଣ ହେଉଛି।ଗତ ଶୁକ୍ରବାର ମଧ୍ୟ ରାତ୍ରରେ ଆସିକା ନିକଟସ୍ଥ କେନ୍ଦୁପଦର ବେଆଇନ ବାଲି ଘାଟ ଉପରେ ପୋଲିସ ଓ ରାଜସ୍ୱ ବିଭାଗ କୁ ଢାଲ କରି ଖଣି ବିଭାଗ ପକ୍ଷରୁ ଚଢ଼ାଉ କରି ୭ ଟି ହାଇୱା ସମେତ ଜେସିବି କୁ ଜବତ କରି ପୋଲିସ ଜିମାରେ ଦେଇଥିଲା। ପୁଣି କାହା ଚାପରେ ଆସି ବା ଲେଖା ଛିଡିବା ପରେ ପୋଲିସ କୁ ଖଣି ବିଭାଗ ଅଧିକାରୀ ଗାଡ଼ି ଗୁଡିକୁ ଛାଡ଼ି ଦେବା ପାଇଁ ନିର୍ଦ୍ଧେଶ ଦେବା ପରେ ଗାଡ଼ି ଗୁଡିକୁ ସନ୍ଧ୍ୟାରେ ପୋଲିସ ଛାଡ଼ି ଦେଇଛି। ଏପଟେ ଖଣି ବିଭାଗ ବାବୁ ମାନେ ସଫେଇ ଦେଉଛନ୍ତି।ଯେଉଁ ହାଇୱା ଗୁଡିକୁ ଜବତ କରାଯାଇଥିଲା ସେହି ଗାଡ଼ି ଗୁଡାକ ପାର୍କିଙ୍ଗ କରି ରେଷ୍ଟ ନେଇଥିଲେ। ମାଇନିଙ୍ଗ ବାବୁ ଯଦି ସତ କହୁଛନ୍ତି, ତାହା ହେଲେ ଖାଲି ଗାଡ଼ିକୁ ଥାନାକୁ ଅଣା ଗଲା କାହିଁକି? ବେଆଇନ କେନ୍ଦୁପଦର ବାଲି ଘାଟରେ ଜେସିବି କଣ କରୁଥିଲା ତାହାକୁ ନେଇ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।

ଜବତ ବେଳେ ପାର୍କିଙ୍ଗ କିମ୍ବା ରେଷ୍ଟ ନେଉଛୁ ବୋଲି କହିଁ ନଥିଲେ କି ଗାଡ଼ି ଵାଲା ??

ବାବୁଙ୍କ କହିବା ପ୍ରକାରେ ବେଆଇନ ବାଲି ଘାଟ ଠାରେ ହାଇୱା ଗୁଡ଼ିକ ପାର୍କିଙ୍ଗ କରି ରେଷ୍ଟ ନେବା ସେଠାରେ ଜେସିବି ରହିବାର ଉଦେଶ୍ୟ କଣ ଥିଲା …? ସାଧାରଣ ରେ ପ୍ରଶ୍ନ ଉଠୁଛି ଗାଡି ଗୁଡିକ ଜବତ ସମୟରେ କଣ ବାବୁ ମାନେ ଭାଙ୍ଗ ପିଇଥିଲେ ନା ନିଶା ଶକ୍ତ ଥିଲେ ? ଗାଡିକୁ ସଠିକ ଯାଞ୍ଚ ନକରି ଥାନାକୁ ଅଣାଗଲା କାହିଁକି? ପ୍ରକାଶ ଥାଉକି ଗତ କିଛି ଦିନ ହେଲା ଅଭିନଵ ଉପାୟରେ ଚୋରା ବାଲି ଗାଡ଼ି ଜବତ କରାଯଉଛି। ପୁଣି କିଛି ଘଣ୍ଟା ପରେ ଛଡ଼ା ଯାଉଛି। କୁଆଡ଼େ ଗାଡ଼ି ଧରିବା ବେଳେ କାଗଜ ପତ୍ର ଠିକ ନଥାଉଛି, କିନ୍ତୁ କିଛି ଘଣ୍ଟାର ବ୍ୟବଧାନ ପରେ କାଗଜ ପତ୍ର ଠିକ ହେବା ସହ ଗାଡ଼ି ଗୁଡାକୁ ଛଡ଼ା ଯାଉଥିବା ନେଇ ସାଧାରଣ ରେ ଆଲୋଚନା ହେଉଛି। ଲଘୁ ଖଣିଜ ଦ୍ରବ୍ୟ ମାଇନିଙ୍ଗ ବିଭାଗ ହାତକୁ ଯିବା ପରେ ପୋଲିସ ଜଳକା ସାଜିଛି। କେତେକ ସ୍ଥାନରେ ବାଲି ବୋଝେଇ ଗାଡ଼ିକୁ ଧରପଗଡ଼ ବେଳେ ବାଲିକୁ ବିଭିନ୍ନ ସ୍ଥାନରେ ଫିଙ୍ଗା ଯାଇ ଗାଡିକୁ ଜବତ ପରେ ଖାଲି ଗାଡ଼ି ଦର୍ଶାଇ ଛଡ଼ା ଯାଉଥିବା ଚର୍ଚ୍ଚା ହେଉଛି। ଧରିବା ଛାଡିବା କୁ ନେଇ ଏଠାରେ ପୋଲିସ ବଦନାମ ହେଉଛି।ଯେମିତି ଏଣ୍ଡୁଅ ତୁଚ୍ଛାରେ ବଦନାମ l କେଉଁ ଅଦୃଶ୍ୟ ଶକ୍ତି ର ଆଦେଶ ରେ ଜବତ ଗାଡି ଛଡା ଯିବାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି l ମାଇନିଙ୍ଗ ଅଫିସର ମାନେ ମନ୍ତ୍ରୀ ଙ୍କ ବୋଲକରା ବା ଏଜେଣ୍ଟ ସାଜି କାମ କରୁଛନ୍ତି ବୋଲି ବର୍ତ୍ତମାନ ସାଧାରଣ ରେ ଚର୍ଚ୍ଚା l କେନ୍ଦୁପଦର ବେଆଇନ ଘାଟରୁ ଅନେକ ଦିନ ହେଲା ବାଲି ଚୋରା ଚାଲାଣ ହେଉଛି ଏହା କଣ ପ୍ରଶାସନ ପାଖରେ ଖବର ନଥିଲା ନା ମାସିକିଆ ବଟି ରେ କିଛି ଗୋଲ ମାଲ ହେବାରୁ ଏପରି ନାଟକ କରାଗଲା ଏବଂ ସବୁ କିଛି ଫିକ୍ସଙ୍ଗ ହେବା ପରେ ଜବତ ଗାଡି ଛଡା ଗଲା l ସେହି ଘାଟକୁ ଲିଜ ଦେଲା କିଏ..? ତହସିଲଦାର ନା ମାଇନିଙ୍ଗ..? ତାହାର ଜବାବ ପ୍ରଶାସନ ର କାହାରି ପାଖରେ ନାହିଁ l ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ମାଇନିଙ୍ଗ ବିଭାଗ କେବଳ ଅର୍ଥ ଯୋଗାଡ଼ ରେ ବ୍ୟସ୍ତ ବୋଲି ବିଭିନ୍ନ ଖଟି ରେ ଚର୍ଚ୍ଚା ବାବୁ ମାନେ ଜଣେ ଜଣେ କୁବେର ପାଲୋଟି ଗଲେଣି ଏବଂ ସେମାନଙ୍କ ଆକ୍କା ପାଇଁ ଆଗାମୀ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ଼ ରେ ବ୍ୟସ୍ତ ରହି ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ଖୁସ କରିବାରେ ବ୍ୟସ୍ତ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଆଲୋଚନା ସହିତ ଅଭିଯୋଗ ଆସିଲାଣି l ତେଣୁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l ଇଡି ଏବଂ ଭିଜିଲାନ୍ସ ତଦନ୍ତ ର ଆବଶ୍ୟକ ହେବା ନିହାତି ଜରୁରୀ ବୋଲି ସଚେତନ ନାଗରିକ ମାନେ ଦାବୀ କଲେଣି l

Leave A Reply

Your email address will not be published.